ଓଡିଶା

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ପଦଯାତ୍ରା

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲା ସ୍ତରୀୟ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ, ବୁଦ୍ଧିଜିବି, ଜନ ସାଧାରଣ, ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉକ୍ତ ପଦଯାତ୍ରା ଜଗନ୍ନାଥ ମନ୍ଦିର ଠାରୁ ବାହାରି କୋର୍ଟ ଛକ, ହାତୀଶାଳ ଛକ, ବୁଟୁପାଲି, ମାଉଲସିଙ୍ଗା ଛକ ଦେଇ ବ୍ରିଜ ଛକ ଠାରେ ପହଁଚି ଥିଲା ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ କରାଯଇଥିବା ବେଳେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

Related posts

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ; ୨୫୪ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

ଫସିରହିଥିବା ୭୦ ଜଣ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି

mahabharatanews

ସଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ଭଗବତୀ

mahabharatanews