(ଦିଲ୍ଲୀ) : ଫେବୃଆରୀ ୩ପରେ ପୁଣିଥରେ ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଫେବ୍ରୁଆରୀ ୩ ତାରିଖରେ ସମ୍ବଲପୁର ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ସମ୍ବଲପୁର ସ୍ଥିତ ଆଇଆଇଏମ୍ର ସ୍ଥାୟୀ କ୍ୟାମ୍ପସ ଉଦ୍ଘାଟନ କରିବାକୁ ଆସିବାକୁ ଥିବା ବେଳେ ଫେବ୍ରୁଆରୀ ୧୦ ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।
ସୂଚନାନୁଯାୟୀ , ୧୦ରେ ଭୁବନେଶ୍ୱର ଆସିପାରନ୍ତି ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ଯୋଗଦେବାକୁ ଆସିପାରନ୍ତି ମୋଦି । ସାରା ଦେଶରେ ଦୁଇଟି ବଡ଼ ବଡ଼ ମହିଳା ସମାବେଶ ଆୟୋଜନ ହେଉଥିବା ବେଳେ ଗୋଟିଏ ମଧ୍ୟପ୍ରଦେଶ ଏବଂ ଆଉ ଗୋଟିଏ ଓଡ଼ିଶାରେ ହେବ । ବିଜେଡି ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପିର ଏହା ଏକ ବଡ ଷ୍ଟ୍ରାଟେଜି ବୋଲି ଚର୍ଚା ହେଉଛି ।
