ଓଡିଶା

‘ରାଜ୍ୟରୁ ସ୍କ୍ରବ ଟାଇଫସ ସଂଖ୍ୟା ୨ହଜାରରୁ ଅଧିକ’; ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

(ଭୁବନେଶ୍ୱର) :  ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସ୍କ୍ରବ ଟାଇଫସ।  ତେବେ ଏହାର ସ୍ଥିତି ସଂପର୍କରେ ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ସେ କହିଛନ୍ତି, ଏବେ ସୁଦ୍ଧା ଓଡ଼ିଶାରେ ସ୍କ୍ରବ ଟାଇଫସରେ ୨ହଜାରରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ୨୦ ହଜାରରୁ ଅଧିକ ଟେଷ୍ଟ ହୋଇଛି। କେନ୍ଦ୍ରୀୟ ଟିମ ଓଡ଼ିଶା ଗସ୍ତରେ ଆସି ୪ଟି ଜିଲ୍ଲାରେ ଅନୁଧ୍ୟାନ କରି ଫେରିଛନ୍ତି। ଓଡ଼ିଶା ସରକାରଙ୍କ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାନୁଯାୟୀ , ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ୨୫ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ ହୋଇଛନ୍ତି। ଗତକାଲି ପରୀକ୍ଷା କରାଯାଇଥିବା ୧୦୮ଟି ନମୁନା ମଧ୍ୟରୁ ୨୫ଟି ପିଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ରେ ପହଞ୍ଚିଛି। ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related posts

ଡିସେମ୍ବର ୨୬ରୁ ଜାନୁଆରୀ ୪ ଭିତରକନିକା ବନ୍ଦ

mahabharatanews

ଆଗ।ମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ  

mahabharatanews

Leave a Comment