ଅପରାଧ

ସିଷ୍ଟର ଅଭୟ ହତ୍ୟା ଘଟଣା: ଦୋଷୀ ପାଦ୍ରୀ ଓ ନନଙ୍କୁ ଆଜୀବନ କାରାଦଣ୍ଡ

ତିରୁବନନ୍ତପୁରମ: ୨୮ ବର୍ଷ ପୁରୁଣା କେରଳର ସିଷ୍ଟର ଅଭୟା ହତ୍ୟା ମାମଲାରେ ପାଦ୍ରୀ ଓ ନନ୍ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ମାମଲାରେ ପୂର୍ବରୁ ସିବିଆଇ କୋର୍ଟ ଉଭୟ ପାଦ୍ରୀ ଥୋମାସ କଟୁର ଓ ନନ ସେଫିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଉଭୟଙ୍କୁ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଲେଖାଁ ଜରିମାନା କରାଯାଇଛି ।
୧୯୯୨ଫାଦର ଥୋମସ କଟୁର, ନନ ସେଫି ଓ ସିଷ୍ଟର ଅଭୟା କୋଟାୟାମର କ୍ନନାୟା କାଥେଲିକ ଚର୍ଚ୍ଚରରେ କାର୍ଯ୍ୟକରୁଥିଲେ । ତେବେ ୨୧ ବର୍ଷୀୟା ସିଷ୍ଟର ଅଭୟା ତାଙ୍କ ଗ୍ରାଜୁଏସନ କରୁଥିଲେ ସେହି କଲେଜରେ ଯେଉଁଠି କଟୁର କଲେଜ ଚଳାଉଥିଲେ । ସେ ଅଭୟାଙ୍କୁ ସାଇକୋଲୋଜୀ ପଢାଉଥିଲେ ଓ ଅଭୟା ପାୟସ ୯ମ କନଭେଣ୍ଟ ହଷ୍ଟେଲରେ ରହୁଥିଲେ । ହଠାତ୍ ଦିନେ ଅଭୟା ବଡି ସକାଳୁ ଉଠି ରୋଷେଇ ଘରକୁ ଯିବା ବେଳେ କଟୁର ଓ ସେଫିଙ୍କୁ ଅସଞ୍ଜତ ଅବସ୍ଥାରେ ପାଇଥିଲେ । କାଳେ ସେ ଏହି ଘଟଣା ପ୍ରଘଟ କରିଦେବେ ଏହି ଭୟରେ ଉଭୟ ତାଙ୍କୁ ହତ୍ୟା କରି ହଷ୍ଟେଲରେ ଥିବା କୂଅରେ ଫିଙ୍ଗି ଦେଇଥିଲେ । ପ୍ରାଥମିକ ଅବସ୍ଥାରେ ଏହାକୁ ଏକ ହତ୍ୟା ଘଟଣା ରୂପେ ପୁଲିସ ଉପସ୍ଥାପନ କରିଥିଲା । କିନ୍ତୁ ସେତେବେଳେ କେରଳରେ ଏହି ଘଟଣା ହଟଚମଟ ସୃଷ୍ଟି କରିଥିଲା ଓ ଏହାର ସିବିଆଇ ତଦନ୍ତ ପାଇଁ ଦାବି ହୋଇଥିଲା ।

 

Related posts

ଟ୍ରକ ଚକା ତଳେ ଚାପି ହୋଇଗଲେ ମହିଳା

mahabharatanews

ପୁଣି ଅଶାନ୍ତ ହେଲା ଗଞ୍ଜାମ ; ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ

mahabharatanews

ମାନସିକ ବିକାରଗ୍ରସ୍ତ ଯୁବକଙ୍କ ଟାଙ୍ଗିଆ ଚୋଟରେ କନଷ୍ଟେବଲ ଆହତ

mahabharatanews