ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ସ୍କୁଲଗୁଡ଼ିକ ବନ୍ଦ ରହିଛି । ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଯଥେଷ୍ଟ ମାତ୍ରାରେ ପ୍ରଭାବିତ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷ ଅନ୍ତର୍ଗତ ଓ ଦ୍ବାଦଶ ଛାତ୍ରଛାତ୍ରୀମାନଙ୍କର ପାଠ୍ୟକ୍ରମକୁ ଆରମ୍ଭ କରାଯାଇ ବୋର୍ଡ ପରୀକ୍ଷାକୁ ସୁନିଶ୍ଚିତ କରାଯିବା ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପ୍ରାଥମିକତା ରହିଛି । ସ୍କୁଲ କେବେ ଖୋଲାଯିବ, ସେ ନେଇ ଏବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ବିଚାରବିମର୍ଶ ଜାରି ରଖିଛି। ଏଥିପାଇଁ ସ୍କୁଲଗୁଡ଼ିକୁ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଖୋଲିବା ନେଇ ଅନୁମାନ କରାଯାଉଛି ।
ଶିକ୍ଷାବର୍ଷ ଜାରି ରଖିବା ତଥା ଶିକ୍ଷା ଅନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ଜରିଆରେ ଅଭିଭାବକମାନଙ୍କ ଠାରୁ ମତାମତ ଲୋଡିଥିଲେ। ସୂତ୍ର ଅନୁସାରେ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ସ୍କୁଲ ଖୋଲିବା ପାଇଁ ଅଲଗା ଅଲଗା ମତ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସୂତ୍ର ଅନୁସାରେ ସେଫ୍ଟି ଗାଇଡଲାଇନ୍ସ ଅନ୍ତର୍ଗତ ସ୍କୁଲଗୁଡ଼ିକୁ ଖୋଲାଯାଇପାରିବ। ଏନେଇ ସ୍କୁଲମାନଙ୍କର ଉତ୍ତରଦାୟିତ୍ବ ଧାର୍ୟ୍ୟ କରାଯିବ। ଗାଇଡଲାଇନ୍ସ ଗୁଡ଼ିକର ଉଲ୍ଲଘଂନ ଯେଭଳି ନହୁଏ ସେଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ ଦୃଷ୍ଟି ଦେବେ। ସ୍କୁଲ ଖୋଲିବାକୁ ନେଇ କେନ୍ଦ୍ର ସରକାର ଗାଇଡଲାଇନ୍ସ ପ୍ରସ୍ତୁତ କରିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟ, କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଓ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ମିଳିତ ଭାବେ ଗାଇଡଲାଇନ୍ସ ପ୍ରସ୍ତୁତ କରିବେ। ଅପରପକ୍ଷେ ସ୍କୁଲ ଖୋଲିବାର ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟମାନଙ୍କ ଉପରେ ଛାଡ଼ିଦିଆଯିବ।
previous post
next post