(ମହାଭାରତ ଲାଇଭ): ଆଫଗାନିସ୍ତାନ ଏବଂ ତାଲିବାନର ଖବର ଏବେ ସାରା ଦେଶରେ କେନ୍ଦ୍ରବିନ୍ଦୁ ସାଜିଛି । ପୂର୍ବରୁ ଆଫଗାନିସ୍ତାନ ସହ ଭାରତର ଭଲ ସମ୍ପର୍କ ରହିଆସିଛି । ମାତ୍ର ତାଲିବାନ, ଆଫଗାନିସ୍ତାନକୁ କବ୍ଚା କରିବା ପରେ ଭାରତ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ ଚ୍ଛିନ୍ନ କରିଛି । ମାତ୍ର ଭାରତକୁ ଏବେ ଏକ ଗରୁତ୍ୱପୂର୍ଣ୍ଣ ଅଶଂ ବୋଲି କହି ତାଲିବାନ ନୂଆଦିଲ୍ଲୀ ସହ ବ୍ୟବସାୟିକ ଓ ଅର୍ଥନୀତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଥିବା ତାଲିବାନ କହିଛି । ବରିଷ୍ଠ ତାଲିବାନୀ ନେତା ଶେର ମହମ୍ମଦ ଷ୍ଟାନିକଜାଇ କହିଛନ୍ତି ଯେ ଭାରତକୁ ଆମେ ସବୁବେଳେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ବିବେଚନା କରି ଆସିଛୁ । ଆମେ ଆମ ପଡ଼ୋଶୀ ଦେଶ ସହ ଭଲ ସମ୍ପର୍କ ରଖିବାକୁ ଚାହୁଁଛୁ । ଆମ ବ୍ୟବସାୟିକ ରାସ୍ତା ସବୁବେଳେ ଖୋଲା ରହିଛି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ବିବାଦରେ ତାଲିବାନ କୌଣସି ପ୍ରକାରର ହସ୍ତକ୍ଷେପ କରିବ ନାହିଁ ବୋଲି କହିଛି । ଏହି ବିବାଦ ଭାରତ ଓ ପାକିସ୍ତାନର ଅଭ୍ୟନ୍ତରୀଣ ବ୍ୟାପାର ବୋଲି ତାଲିବାନ ନେତା ଷ୍ଟାନିକଜାଇ କହିଛନ୍ତି । ଅଗଷ୍ଟ ୧୫ରେ ତାଲିବାନ କାବୁଲ ସହ ପୁରା ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେଇଥିଲା । ଏହାପରେ ଭାରତ ସମେତ ଏକାଧିକ ରାଷ୍ଟ୍ର ପକ୍ଷରୁ କାବୁଲରେ ଥିବା ଦୂତାବାସକୁ ଖାଲି କରିବା ସହ ନିଜ ନାଗରିକ ମାନଙ୍କୁ ସ୍ୱଦେଶ ଫେରାଇ ଆଣିବାରେ ଲାଗିଛନ୍ତି । ଏଥିରେ କ୍ଷୁବ୍ଧ ହୋଇ ତାଲିବାନ ଭାରତ ସହ ବ୍ୟବସାୟିକ ସମ୍ପର୍କ ଚ୍ଛିନ୍ନ କରିଥିଲେ । ହେଲେ ଏବେ ନିଜେ ଆର୍ଥିକ ଆବଶ୍ୟକତାକୁ ପୂରଣ କରିବା ପାଇଁ ତାଲିବାନ ଭାରତ ସହ ବ୍ୟବସାୟ କରିବାକୁ ଆଗ୍ରହ ଦେଖାଇଛି ।
