ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଲାଗି ଦିନଟିଏ
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିନକୁ ଜାତୀୟ ସଦଭାବନା ଦିବସ ଭାବେ ପାଳନ କରାଯାଉଛି। ଦେଶର ସମସ୍ତ ଧର୍ମ ମଧ୍ୟରେ ଶାନ୍ତି, ଜାତୀୟ ଏକତ୍ରିକରଣ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଉତ୍ସର୍ଗୀକୃତ। ସଦଭାବନା ଦିବସରେ ବିଭିନ୍ନ ରାଜ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ଲୋକମାନେ ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସ୍ଥାପନ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ସଂଳାପ ଏବଂ ସାମ୍ବିଧାନିକ ଉପାୟ ମାଧ୍ୟମରେ ଆମ ମଧ୍ୟରେ ଥିବା ସମସ୍ତ ପାର୍ଥକ୍ୟର ସମାଧାନ କରିବି ବୋଲି ଏହି ଦିବସର ମୂଳ ଲକ୍ଷ୍ୟ ରହିଛି।
ତାମିଲନାଡୁର ଶ୍ରୀପେରୁମ୍ବୁଦୁରରେ ଆତ୍ମଘାତୀ ବିସ୍ପୋରଣରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତ୍ୟୁର ବର୍ଷକ ପରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ସାମ୍ପ୍ରଦାୟିକ ସମନ୍ୱୟ, ଜାତୀୟ ଏକତ୍ରୀକରଣ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀଙ୍କ ଅବଦାନ ସ୍ୱରୂପ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ୧୯୯୨ରେ ରାଜୀବ ଗାନ୍ଧୀ ଜାତୀୟ ସଦଭାବନା ଦିବସ ପାଳନ କରାଯାଇଥିଲା। ଶ୍ରୀ ଗାନ୍ଧୀ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ଭାରତର ଷଷ୍ଠ ତଥା ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଭାବେ ୩୧ ଅକ୍ଟୋବର ୧୯୮୪ରେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୧ ମେ ୧୯୯୧ରେ ନିର୍ବାଚନୀ ସଭାରେ ଭାଷଣ ଦେଉଥିବା ସମୟରେ ଆତ୍ମଘାତୀ ବିସ୍ଫୋଣରେ ହତ୍ୟା କରାଯାଇଥିଲା। ସେ ପେଶାଦାର ପାଇଲଟ ଭାବେ କାର୍ଯ୍ୟ କରିଥିଲେ। ୨୦୦୮ ମସିହାରେ ତାଙ୍କ ଜନ୍ମ ଦିବସକୁ ଜାତୀୟ ସଦଭାବନା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିଦିନ ଠାରୁ ଏହି ଦିବସ ପାଳନ କରାଯାଉଛି। ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ସୂଚନା ପ୍ରଯୁକ୍ତି ଓ ଯୋଗାଯୋଗ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହୋଇଥିଲା।
