ଓଡିଶା

ଘରେ ପଶି ଦୁର୍ବୃତଙ୍କ ତୁମୁଳକାଣ୍ଡ

ରାୟଗଡା: ରାତି ଅଧରେ କିଛି ଦୁର୍ବୃତ ଘରେ ପଶି ନିଆଁ ଲଗାଇ ଦେଇଛନ୍ତି । ଏପରି ଘଟଣା ଘଟିଛି ରାୟଗଡା ଜିଲ୍ଲାରେ । ଘଟଣା ପରେ ପୁଲିସ ଏହାର ତଦନ୍ତ ଚଳାଇଛି ।
ସୂଚନା ଅନୁଯାୟୀ, ରାୟଗଡ ରିଂ ରୋଡ ସ୍ଥିତ ଭାମସି କ୍ରିଷ୍ଣା ପଂସନ ହଲ ଛକ ନିକଟରେ ଜୟନ୍ତୀ ଜାମୁଡା ଏକ ଫ୍ୟାନ୍ସି ଦୋକାନ ଦେଇ ଗୁଜୁରାଣ ମେଣ୍ଟାନ୍ତି । ଗତକାଲି ସେ ଦୋକାନ ବନ୍ଦ କରି ଦୋକାନ ନିକଟରେ ଥିବା ତାଙ୍କ ଘରକୁ ଯାଇଥିଲେ । ରାତିରେ ଶୋଇବା ପରେ କିଛି ଦୁର୍ବୃତ ଘରେ ପଶି ଥିଲେ । ଦୁର୍ବୃତଙ୍କୁ ଦେଖି ପୋଷା କୁକୁର ଭୋକିବାରୁ ଦୁର୍ବୃତ କୁକୁରକୁ ପାଚେରୀ ଡେଇଁ ତାକୁ ଫିଙ୍ଗି ଦେବା ସହ ଘର ବାହାରେ ଥିବା ସ୍କୁଟି ଓ ୨ଟି ସାଇକେଲକୁ ପୋଡି ଦେଇଥିଲେ । ଏନେଇ ଜୟନ୍ତୀ ରାୟଗଡା ଥାନାରେ ଏକ ଏତଲା ଦେଇଛନ୍ତି ଓ ପୁଲିସ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ, ଡଗ ସ୍କ୍ୱାର୍ଡ ପହଞ୍ôଚ ତଦନ୍ତ ଚଳାଇଛି ।

Related posts

କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ରେଡ୍ କଲା ଭିଜିଲାନ୍ସ

mahabharatanews

ସୌମ୍ୟଙ୍କ ପରିବାରକୁ କ୍ରାଇମ ବ୍ରାଞ୍ଚ ଦେଇପାରିବ ନ୍ୟାୟ?

mahabharatanews

କଟକ ଚଣ୍ଡୀ ମନ୍ଦିରରେ ଭି.କେ ପାଣ୍ଡିଆନ୍

mahabharatanews

Leave a Comment