ଓଡିଶା

ବାଟପାଳସା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଟିତ

(ମହାଭାରତ, ରାଇରଙ୍ଗପୁର): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ବାଟପଳସା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବମ ଯୋଗ ଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ । ଏହାପରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କରଞ୍ଜିୟା ବିଧାୟିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କବି ବିଷ୍ଣୁ ଶତପଥୀ ସାମିଲ ହୋଇଥିଲେ । କରଞ୍ଜିଆ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାକ୍ତର ଶିବାଶିଷ ବରାଳ, ସପନ ବେହେରାମ ଅଜୟ ନାଏକ, ସ୍ୁଲର ପ୍ରଧାନ ଶିକ୍ଷକ ଆଦି ସମ୍ନାନିତ ଅତିଥି ଭାବେ ଯୋଗ ଦେଇଥିଲେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥିଲେ । ଏହି ଅବସରରେ ସ୍କୁଲର ବିଭିନ୍ନ ପ୍ରତିଯେଗିତା ତଥା ବିଭିନ୍ନ ପରୀକ୍ଷାରେ ମେଧା ବୃତ୍ତି ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସଭା କାର୍ଯ୍ୟ ଶେଷ ହେବା ପରେ ସ୍କୁଲ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।

Related posts

୧୨ରୁ ପ୍ରଚଣ୍ଡ ବିଜୁଳି, ଘଡଘଡି ସହ ପ୍ରବଳ ବର୍ଷା

mahabharatanews

ଭାଲୁ ଅକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

mahabharatanews

୪୦ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

mahabharatanews

Leave a Comment