ଅପରାଧ

ଲକ୍ଷେ ଟଙ୍କା ଝାମ୍ପି ନେଲେ ଲୁଟେରା

(ମହାଭାରତ, ଫୁଲବାଣୀ): ଫୁଲବାଣୀ ସହରରେ ଜଣେ ବ୍ୟକ୍ତିଙ୍କ ଠାରୁ କିଛି ଲୁଟେରା ବାଇକରେ ଆସି ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକଙ୍କ ଘର ଶଙ୍କର ରାଓ ଓ ସେ ଫୁଲବାଣୀ ପିଅନପଡାର ବାସିନ୍ଦା ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ, ମଙ୍ଗଳବାର ଉକ୍ତ ବ୍ୟକ୍ତିଙ୍କ ଘର କାମ ଚାଲିଥିବାରୁ ସେ ଫୁଲବାଣୀ ମୁଖ୍ୟ ବଜାରସ୍ଥିତ ଏସବିଆଇ ଶାଖାରୁ ଲକ୍ଷେ ଟଙ୍କା ଉଠାଇ ତାଙ୍କର ସ୍କୁଟରରେ ଜେଲ ରୋଡ ରାସ୍ତା ଦେଇ ଯାଉଥିଲେ । ଏହି ସମୟରେ ରାସ୍ତାରେ ତାଙ୍କର ଜଣେ ଅଫିସ କର୍ମଚାରୀଙ୍କ ସହିତ ଦେଖା ହେବାରୁ ସ୍କୁଟର ରାସ୍ତାରେ ରଖି ତାଙ୍କ ସହିତ କଥା ହେଉଥିଲେ । ଏହି ସମୟରେ ଦୁଇ ଜଣ ଲୁଟେରା ଗୋଟିଏ ବାଇକରେ ଆସି ତାଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପି ନେଇଯାଇଥିଲେ । ସେ ସଙ୍ଗେ ସଙ୍ଗେ ତାଙ୍କର ପିଛା କରିଥିଲେ । କିନ୍ତୁ ସେମାନଙ୍କୁ ପାଇ ନଥିଲେ । ପରେ ଏନେଇ ଟାଉନ ଥାନାରେ ସେ ଏତାଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଟ୍ରକ ଚକା ତଳେ ଚାପି ହୋଇଗଲେ ମହିଳା

mahabharatanews

ମୁଁ ୭ମ ଶ୍ରେଣୀରେ ପଢୁଛି! ମୋ ମା କହୁଛି ଦେହ ବିକ୍ ଆଉ ପଇସା ଦେ

mahabharatanews

ନକଲି ମେଡିସିନକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ତାଙ୍କ ପ୍ରତିକ୍ରିୟା

mahabharatanews