ନୂଆଦିଲ୍ଲୀ: ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କଠାରୁ ଶୀଘ୍ର ଛାଡପତ୍ର ଚାହୁଁଥିବା ବେଳେ କିନ୍ତୁ ଏହା ସମ୍ଭବ ହେଉ ନାହିଁ । ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ଥିବା ଛାଡ଼ପତ୍ର ମାମଲାକୁ ନେଇ ଶୁଣାଣି ସ୍ଥଗିତ ରହିଛି । ପଟିଆଲା ହାଉସ କୋର୍ଟରେ ଅନୁଭବ ଛାତ୍ରପତ୍ର ମାମଲା ଦାୟର କରିଥିବା ବେଳେ କିନ୍ତୁ ବର୍ଷା ସୁପ୍ରିମ କୋର୍ଟରେ ଏକ ଆବେଦନ କରି ଏହି ମାମଲାର ଶୁଣାଣି କଟକ ଟ୍ରାନ୍ସଫର କରିବା ନେଇ ଅନୁରୋଧ କରିଥିଲେ । ବର୍ଷାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ପଟିଆଲା ହାଉସକୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି।
ଏଥିସହ ଉଭୟ ପକ୍ଷଙ୍କ ମଧ୍ୟରେ ମିଡିଏଟରଙ୍କ ଦ୍ୱାରା ଅପୋଷ ବୁଝାମଣା କରିବା ପାଇଁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । । ଏଥିପାଇଁ ଦୁଇ ପକ୍ଷଙ୍କୁ ନୋଟିସ ଜାରି ହୋଇଛି । ବୁଝାମଣା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାଯାଇଛି। ସୁପ୍ରିମକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ଜଣିକିଆ ଖଣପୀଠରେ ମାମଲାର ଶୁଣାଣି ହୋଇଛି ।