ଓଡିଶା

ଅମାନିଆଙ୍କ ଠାରୁ ଜରିମାନା ଆଦାୟ

ଟୁକୁନା ଖରା/ନବରଙ୍ଗପୁର: ଅମାନିଆଙ୍କ ଠାରୁ ଜରିମାନା ଆଦାୟ କଲେ ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର । ବିଶ୍ୱ ବ୍ୟାପୀ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ସେହିପରି ସାମାଜିକ ଦୂରତା ବଜାୟ ରଖିବା, ବାଇକ ବ୍ୟବହାର ନ କରିବା ତଥା ନିତାନ୍ତ ଜରୁରୀ କାମରେ ବାଇକ ନେଇ ଯାଉଥିଲେ ଦୁଇଜଣ ନ ବସିବାକୁ ନିର୍ଦ୍ଦେଶ ମଧ୍ୟ ରହିଛି । କିନ୍ତୁ ଏହି ନିୟମକୁ ଉଲଘଂନ କରି ବାହାରେ ବୁଲୁଥିବା କେତେକ ବାଇକ •ଳକଙ୍କ ଠାରୁ ଆଜି ତେନ୍ତୁଳିଖୁଣ୍ଟି ତହସିଲଦାର ଜରିମାନା ଆଦାୟ କରିଛନ୍ତ । ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କୁମାର କର , ଅତିରିକ୍ତ ତହସିଲଦାର ରାମ ଗୋବିନ୍ଦ ପରିଡ଼ା, ଥାନା ଅଧିକାରୀ ପରମାନନ୍ଦ ସୁନାନୀ ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଅଂଚଳଗୁମ୍ମା ଏସବିଆଇ ବ୍ୟାଙ୍କକୁ ଯାଇ ସାମାଜିକ ଦୂରତା ରକ୍ଷା କରାଯାଉଛି କି ନାହିଁ ତାର ଯାଁ୍ଚ କରିବା ସହ କେତେକ କିରାଣୀ ଦୋକାନରେ ସାମାଜିକ ଦୂରତା ରକ୍ଷା କରୁନଥିବା ଏବଂ ବିନା ମାସ୍କ ରେ ବୁଲୁଥିବା ଓ ବାଇକରେ ଦୁଇଜଣ ବସି ବୁଲୁଥିବା ବାଇକ •ଳକଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି । କେତେକ ନିୟମ ଉଲଂଘନକାରୀ ବ୍ୟକ୍ତି ଏପରି ଭୁଲ ଆଉ କେବେ କରିବୁନି ଆମକୁ ଛାଡ଼ି ଦିଅନ୍ତୁ ବୋଲି ତହସିଲଦାରଙ୍କୁ ଗୁହାରି କରିଥଲେ ମଧ୍ୟ ତହସିଲଦାର ନିୟମ ସମସ୍ତଙ୍କ ପାଇଁ ସମାନ କହି ଜରିମାନା ଆଦାୟ କରି ନିୟମ ମାନିବାକୁ ତାଗିଦ କରିଥିବା ଦେଖିବାକୁ ମିଳିଛି । ଏହି ଅଭିଯାନ ଆଗକୁ ଜାରି ରହିବ ଏବଂ ସାଧାରଣ ଜନତା ଏହି ନିୟମକୁ ମାନିବାକୁ ତହସିଲଦାର ଏବଂ ଥାନା ଅଧିକାରୀ ନିବେଦନ କରିଛନ୍ତି ।

Related posts

କୋଭିଡ ଗାଇଡଲାଇନ ଉଲ୍ଲଙ୍ଘନ: ରାଜଧାନୀର ଘରୋଇ ହଷ୍ଟେଲ ସିଲ

mahabharatanews

ଅମାନିଆକୁ ସାବାଡ୍ ପାଇଁ ବରୀ ପୋଲିସର ତପ୍ତରତା

mahabharatanews

ଚଣ୍ଡିଖୋଲରେ କରୋନା ସମୀକ୍ଷା ବୈଠକ

mahabharatanews