ମହାଭାରତ, କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମର ରାଜକିଶୋର ଦାସ(ଅମୀନ ରାଜୁବାବୁ)ଙ୍କର ୬୮ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସୂର୍ଗତ ଦାସ କେନ୍ଦ୍ରାପଡା ଉଠାଜଳସେଚନ ଡିଭିଜନରେ ଅମୀନ ଭାବରେ କାର୍ଯ୍ୟ କରିଛନ୍ତି । ସେ ସହର ଉପକଣ୍ଠ ନାଉପାଳ ଗ୍ରାମରେ ପରିବାର ସହିତ ବାସକରୁଥିଲେ । ସେ ଅମୀନ ବତ୍ତିରେ କେବେ କୈାଣସି ଠାରେ ପାରିଶ୍ରମିକ ଦାବି କରୁନଥିଲେ ଏବଂ କେତେକ ସ୍ଥଳରେ ବିନା ପାରିଶ୍ରମିକରେ ମଧ୍ୟ କାର୍ଯ୍ୟ କରୁଥିଲେ । ସେ ଏକାଧାରରେ ଜଣେ ସମାଜସେବୀ, ପରିବେଶବୀତ, ନ୍ୟାୟବାନ, କର୍ତ୍ତବ୍ୟନିଷ୍ଠ ପରୋପକାରୀ ଓ ସ୍ପଷ୍ଟବାଦୀ ବ୍ୟକ୍ତିଥିଲେ । ସେ ଦୁଃଖିଦରିଦ୍ରଙ୍କୁ ଦେଖିଲେ ଯଥା ସମ୍ଭବ ସାହାଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ପରିବାର ଓ ବନ୍ଧୁବର୍ଗ ଗଭୀର ଦୁଃଖରେ ଭାଙ୍ଗିପଡିଥିବା ଦେଖାଯାଇଛି । ସୂର୍ଗତ ଦାସଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ସମ୍ଫନ୍ନ ହୋଇଥିବା ବେଳେ ତାଙ୍କ ଜ୍ୟେଷ୍ଠପୁତ୍ର ଶଶିଭୂଷଣ ଦାସ ମୁଖାଗ୍ନି ଦେଇଥିଲେ ।
previous post
