ଓଡିଶା

ଆଇଏଏସ ସ୍ତରରେ ଅଦଳ ବଦଳ, ଅନୁ ଗର୍ଗ ୱାର୍ଟର ରିସୋର୍ସ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ

ଭୁବନେଶ୍ୱର/ସରୋଜ ରାଉତ: ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ସଂପ୍ରତି କୋଭିଡ ପର୍ଯ୍ୟବେକ୍ଷକ ଥିବା ୧୯୯୧ ବ୍ୟାଚର ଆଇଏଏସ ଅଫିସର ତଥା ଲେବର ଆଣ୍ଡ ଇଏସଆଇ ପ୍ରିନ୍ସିପାଲ ସେକ୍ରେଟାରୀ ଥିବା ଅନୁ ଗର୍ଗଙ୍କୁ ବଦଳି କରାଯାଇଛି । ତାଙ୍କୁ ନୂତନ ଭାବେ ୱାଟର ରିସୋର୍ସ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ ସେକ୍ରେଟାରୀ ନିଯୁକ୍ତ କରାଯାଇଛି । ଏଥିସହ ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ପୂର୍ବରୁ ମଧ୍ୟ ଲେବର ଆଣ୍ଡ ଇଏସଆଇ ଡିପାର୍ଟ ସହ ଏହି ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉ ଥିଲେ ।
ଷ୍ଟିଲ ଆଣ୍ଡ ମାଇନ୍ସର ଆଡିସିନାଲ ଚିଫ ସେକ୍ରେଟାରୀ ରାଜକୁମାର ଶର୍ମାଙ୍କୁ ନୂତନ କୃଷି ଉତ୍ପାଦନ କମିଶନର ନିଯୁକ୍ତ କରାଯାଇଛି । ୧୯୮୭ ବ୍ୟାଚର ଶ୍ରୀ ଶର୍ମା ଦୀର୍ଘ ଦିନରୁ ଷ୍ଟିଲ ଆଣ୍ଡ ମାଇନ୍ସ ବିଭାଗର ଦାୟିତ୍ୱରେ ରହିଥିଲେ । ସେହିପରି ୱାଟର ରିସୋର୍ସ ଡିପାର୍ଟମେଣ୍ଟର ସୁରେନ୍ଦ୍ର କୁମାର, ୧୯୯୩ ବ୍ୟାଚ ଆଇଏଏସ ଅଫିସରଙ୍କୁ ଷ୍ଟିଲ ଆଣ୍ଡ ମାଇନ୍ସର ପ୍ରନ୍ସିପାଲ ସେକ୍ରେଟାରୀ ନିଯୁକ୍ତ କରାଯାଇଛି । ଏମଏସଏମଇ ପ୍ରିନ୍ସିପାଲ ସେକ୍ରେଟାରୀ ସତ୍ୟବ୍ରତ ସାହୁଙ୍କୁ ସ୍କୁଲ ଓ ମାସ ଏଡୁକେସନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଅରୁମୁଗମଙ୍କୁ ଲେବର ଓ ଇଏସଆଇ ବିଭାଗର ପିନ୍ସିପାଲ ସେକ୍ରେଟାରୀ କରାଯାଇଛି ।

Related posts

ବଡ଼ମ୍ୱାରେ ପାଣ୍ଡିଆନଙ୍କ ପ୍ରଚାର

mahabharatanews

ହୁକାଟୋଲା ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ନିଆଁ ଭିତରେ ସୁରକ୍ଷିତ ବୁଲୁଛି ବାଘ ଛୁଆ

mahabharatanews