ଓଡିଶା

ଆଜି ବ୍ୟାଙ୍କ ଖୋଲା ନା ଛୁଟି ଜାଣନ୍ତୁ 

(ଭୁବନେଶ୍ୱର) : ଆଜି ପବିତ୍ର ଜନ୍ମାଷ୍ଟମୀ । ସବୁଠି ଉତ୍ସବ ମୁଖର । ତେବେ ଜନ୍ମାଷ୍ଟମୀ ପାଇଁ କେତେକ ରାଜ୍ୟରେ ବ୍ୟାଙ୍କ୍ ଆଜି ବନ୍ଦ ଥିବା ବେଳେ କେତୋଟି ରାଜ୍ୟରେ ବ୍ୟାଙ୍କ୍ କଲି ବନ୍ଦ ରହିବ । ତେବେ ଏହି ମାସରେ ସମୁଦାୟ ୧୬ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ଏହି ସବୁ ରାଜ୍ୟର ବ୍ୟାଙ୍କଗୁଡିକ ଆଜି ବନ୍ଦ ରହିବ :-ଓଡ଼ିଶା ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ବିହାର ବ୍ୟାଙ୍କ୍ ଆଜି ବନ୍ଦ ଅଛି । ୭ ସେପ୍ଟେମ୍ବରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ :- ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି କ୍ୟାଲେଣ୍ଡର ଅନୁଯାୟୀ, କାଲି ଏହି ସବୁ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ । ସେପ୍ଟେମ୍ବର ୭ ରେ ଗୁଜୁରାଟ, ମଧ୍ୟପ୍ରଦେଶ, ଚଣ୍ଡିଗଡ଼, ରାଜସ୍ଥାନ, ସିକ୍କିମ, ଜାମ୍ମୁ, ବିହାର, ଛତିଶଗଡ, ଝାଡଖଣ୍ଡ, ହିମାଚଳ ପ୍ରଦେଶ, ମେଘାଳୟ, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

ସୂଚନାନୁଯାୟୀ,  ସେପ୍ଟେମ୍ବର ମାସରେ ବ୍ୟାଙ୍କଗୁଡିକ ବିଭିନ୍ନ ରାଜ୍ୟରେ ରବିବାର ଏବଂ ଦ୍ଵିତୀୟ ଶନିବାର ସମେତ ୧୫ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ବନ୍ଦ ରହିବାକୁ ଯାଉଛିି । ସେପଟେ, ସେପ୍ଟେମ୍ବର ହେଉଛି ଶେଷ ମାସ ଯେଉଁମାସରେ ୨୦୦୦ ଟଙ୍କା ଜମା କିମ୍ବା ବିନିମୟ ହୋଇପାରିବ । ଏଭଳି ପରିସ୍ଥିତିରେ, ଲୋକଙ୍କ ପାଇଁ ଖୁବ୍ କମ୍ ସମୟ ବାକି ରହିଛି, ଯେଉଁମାନେ ସେମାନଙ୍କର ୨୦୦୦ ଟଙ୍କା ନୋଟ୍ ଜମା କିମ୍ବା ବିନିମୟ କରିପାରି ନାହାନ୍ତି ।

Related posts

ପ୍ରବଳ ବର୍ଷା ସମ୍ଭାବନା ,:ଆସୁଛି ୨ଟି ଲଘୁଚାପ

mahabharatanews

ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ପେଟ୍ରୋଲ ପମ୍ପ ରେ ଲାଗିଲା ମନି ସାନିଟାଇଜର ଓ ବାଇକ ସାନିଟାଇଜର ମେସିନ

mahabharatanews