ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ରାଜଧାନୀରୁ ୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟାଇନର ହୋଇଥିବା ବେଳେ ୨୮ ଜଣ ଲୋକାଲ ରହିଛନ୍ତି । ଏହା ପରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୪ରେ ପହଞ୍ଚିଛି ।
କ୍ୱାରେଣ୍ଟାଇ ଆକ୍ରାନ୍ତଙ୍କ ମଧ୍ୟରୁ ଲୁଇସ ରୋଡ ଅରବିନ୍ଦ କଲୋନୀରୁ ଜଣେ ମହିଳା, କଳିଙ୍ଗ ବିହାରରୁ ଜଣେ ପୁରୁଷ, ଲକ୍ଷ୍ମୀସାଗର ଉପର ସାହିରୁ ୯ ଜଣ (୫ ପୁରୁଷ ୪ ମହିଳା । ଏମାନଙ୍କ ମଧ୍ୟରେ ଜଣେ ୬ ବର୍ଷର ବାଳକ ମଧ୍ୟ ରହିଛି), ୟୁନିଟ-୫ କେଶରି ନଗର ବସ୍ତୀରୁ ଜଣେ ପୁରୁଷ, ସତ୍ୟନଗରରୁ ଜଣେ ପୁରୁଷ, ବରମୁଣ୍ଡାରୁ ଜଣେ ମହିଳା ଓ ଫାୟାର ଷ୍ଟେସନରୁ ଜଣେ ପୁରୁଷ, ମଞ୍ଚେଶ୍ୱର ଅଞ୍ଚଳରୁ ଜଣେ ପୁରୁଷ, ଅନ୍ୟ ରାଜ୍ୟର ଜଣେ ମହିଳା, ଆଚାର୍ଯ୍ୟବିହାର ବିଶେଶ୍ୱରୀ ବସ୍ତୀରୁ ଜଣେ ମହିଳା, ସାଲିଆସାହି ମହାବୀର ନଗରରୁ ଜଣେ ମହିଳା, ନୟାପଲୀ ନିଳଚକ୍ର ନଗରରୁ ଜଣେ ପୁରୁଷ ଓ ଜଣେ ମହିଳା, ସରକାରୀ ହସ୍ପିଟାଲର ୨ ସିକ୍ୟୁରିଟିଗାର୍ଡ, ବିଭିନ୍ନ ସ୍ଥାନର ଘରୋଇ ହସ୍ପିଟାଲରୁ ୩ ଜଣ, ଚନ୍ଦ୍ରଶେଖରପୁରରୁ ଜଣେ ପୁରୁଷ, ବ୍ରହ୍ମେଶ୍ୱରପାଶଟଣାରୁ ୫ ଜଣ ମହିଳା ଓ ୨ ଜଣ ପୁରୁଷ, ଚକେଇସିଆଣି ଜଣେ ବାଳିକା, ନିଳାଦ୍ରିବିହାରରୁ ପୁରୁଷ ରହିଛନ୍ତି ।
ଲୋକାଲ ଆକ୍ରାନ୍ତଙ୍କ ମଧ୍ୟରୁ ଭୀମଡାଙ୍ଗୀରୁ ଜଣେ ମହିଳା, ଲକ୍ଷ୍ମୀସାଗରରୁ ଜଣେ ମହିଳା ଓ ଜଣେ ବାଳକ, ସାଲିଆ ସାହିରୁ ୭ ଜଣ, ଚକେଇସିଆଣି ଉଗଳା ମନ୍ଦିର ପାଖରୁ ଜଣେ ପୁରୁଷ, ଭୋଇନଗରରୁ ଜଣେ ମହିଳା, ୨ ଜଣ ପୁରୁଷ ହଟସ୍ପଟ ଜିଲ୍ଲାରୁ ଫେରିଛନ୍ତି, ସତ୍ୟନଗର ଦୁର୍ଗାମଣ୍ଡପ ବସ୍ତୀରୁ ୨ ମହିଳା, ଭୋଇନଗର ସୁକ ବିହାରରୁ ଜଣେ ମହିଳା, ସମ ହସ୍ପିଟାଲରୁ ଜଣେ ପୁରୁଷ, ପୋଖରିପୁଟରୁ ଜଣେ ମହିଳା ଓ କୋକିଳା ରିସୋଟ ନିକଟରୁ ଜଣେ ପୁରୁଷ, ଡୁମୁଡୁମା ରଘୁନାଥ ନଗରରୁ ୪ ପୁରୁଷ, ମଞ୍ଚେଶ୍ୱର, ଧିରୁକୁଟି ସାହିରୁ ୨ ପୁରୁଷ, ଆଚାର୍ଯ୍ୟବିହାର ସାଇନ୍ସ ପାର୍କ ବସ୍ତୀରୁ ୧ ମହିଳା, ନିଳାଦ୍ରି ବିହାର ହରେକୃଷ୍ଣ ନଗରରୁ ଜଣେ ମହିଳା ଚିହ୍ନଟ ହୋଇଛନ୍ତି ।
ଅନ୍ୟପଟେ ୧୩ ଜଣ ସୁସ୍ଥ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦେଇଛନ୍ତି ।
previous post
