ଓଡିଶାପାଣିପାଗ

ଆଣ୍ଡାମାନସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ଆଣ୍ଡାମାନସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଅବପାତ । ୨୩ ତାରିଖ ସକାଳୁ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରିବ ଓ ତାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ସାମୁଦ୍ରିକ ଝଡରେ ପରିଣତ ହେବ । ବାତ୍ୟାର ରୂପ ନେଇ ସମୁଦ୍ର ଭିତରେ ଗତି କରିବ । ୨୫ତାରିଖ ସକାଳୁ ପଶ୍ଚିମବଙ୍ଗ ଓ ବାଂଗଲାଦେଶ ମଝିରେ ଉପକୂଳ ଛୁଇଁବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରେ ମଝି ସମୁଦ୍ର ସମେତ ଓଡ଼ିଶା ଉପକୂଳ ଓ ଆଖପାଖ ଅଞ୍ଚଳରେ ପବନର ବେଗ ୩୫ରୁ ୪୫ କିଲୋମିଟର ରହିବ ।

ଓଡ଼ିଶା ଉପରେ ବିଶେଷ ପ୍ରଭାବ ନରହିଲେ ବି ଉପକୂଳ ଜିଲ୍ଲା ଗୁଡ଼ିକର କିଛି ଅଞ୍ଚଳରେ ବର୍ଷା ହେବ । ୨୩ ତାରିଖରୁ ବର୍ଷା ହୋଇପାରେ । ସେଥିପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୪ ତାରିଖରେ ରାଜ୍ୟର ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ବାଲେଶ୍ୱରରେ ବର୍ଷା ସମ୍ଭାବନା ରହିଛି । ତେଣୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୫ ତାରିଖ ପାଇଁ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ତେବେ ଓଡ଼ିଶା ପାଇଁ ବାତ୍ୟା ଭୟ ନଥିବା ଏସଆରସି ସୂଚନା ଦେଇଛନ୍ତି । ସମ୍ଭାବ୍ୟ ବର୍ଷା ନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

Related posts

ବାଲୁଙ୍କେଶ୍ୱର ବିବାହ ମଣ୍ଡପ ସିଲ

mahabharatanews

‘ବାତ୍ୟା ବିପର୍ଯ୍ୟୟ’ : ଓଡ଼ିଶା ଗସ୍ତ ବାତିଲ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା

mahabharatanews

ଦୁଇ କାର ଧକ୍କାରେ ଚାଲିଗଲା ମା’ ଝିଅର ଜୀବନ

mahabharatanews