ଓଡିଶା

ଏଟିଏମରୁ ୩ ଯବାନ ସଂକ୍ରମିତ

ବଡୋଦ୍ରା: ଗୋଟିଏ ଏଟିଏମରୁ ଟଙ୍କା ଉଠାଇବାରୁ ୩ ସେନା ଯବାନ କରୋନା ସଂକ୍ରମିତ ହେବା ଜଣାପଡିବା ପରେ ୨୮ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହି ଯବାନ ମାନେ ଗୁଜୁରାଟର । ଗୁଜୁରାଟର ବଡୋଦ୍ରାରେ ନିୟୋଜିତ ୩ ଯବାନ ସଂକ୍ରମିତ ହେବା ଜଣାପଡିବା ପରେ ପ୍ରାଥମିକ ତଦନ୍ତରୁ ଆସିଥିଲା, ସେମାନେ ସ୍ଥାନୀୟ ଏକ ଏଟିଏମରୁ ଗୋଟିଏ ଦିନରେ ଟଙ୍କା ଉଠାଇଥିଲେ । ଏଟିଏମ୍ରୁ ଏମାନେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ସେମାନଙ୍କ ସଂସ୍ପର୍ଷରେ ଆସିଥିବା ୨୮ ଜଣଙ୍କୁ କ୍ୱାରେଣ୍ଟିନ କରାଯାଇଛି ।

ସୂଚନାଯୋଗ୍ୟ, ଗୁଜୁରାଟରେ ଗତକାଲି କରୋନାର ୨୧୭ଟି ନୂଆ ମାମଲା ଆସିବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ୬୨୪ରେ ପହଞ୍ଚିଛି । ଅହମଦାବାଦରେ ୧୫୧ ପଜିଟିଭ, ସୁରଟରେ ୪୧ ଜଣ, ବଡ୍ରୋଦ୍ରାରେ ୭ ଜଣ ଓ ଭରୁଚରେ ୫ ଜଣ ସଂକ୍ରମିତ ହୋଇଛନ୍ତି। ଏହା ବ୍ୟତୀତ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଜୟନ୍ତୀ ରବି କହିଛନ୍ତି ୯ ଜଣଙ୍କ ମୃତ୍ୟୁ ସହିତ ମହାମାରୀରେ ମୃତ୍ୟୁ ହୋଇଥିବା ସଂଖ୍ୟା ୧୧୨ରେ ପହଞ୍ଚିଛି । ସେ ଗୁରୁବାର କହିଛନ୍ତି ଯେ, ବିଗତ ୨୪ ଘଣ୍ଟାରେ ୭୯ ଜଣ ସଂକ୍ରମିତ ଠିକ ହୋଇଛନ୍ତି ।

Related posts

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା

mahabharatanews

ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ହୋଇପାରେ

mahabharatanews

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା

mahabharatanews