ଓଡିଶା

ଏରେଣ୍ଡେଇ ପଞ୍ଚାୟତକୁ ସଟ ଡାଉନ କଲେ ସରପଞ୍ଚ

(ପାଟଣା /ବିଜୟ କାରୁଆ): ପାଟଣା ବ୍ଲକରେ ପୁଣି ଆଉ ଏକ ପଞ୍ଚାୟତ ସଟଡାଉନ ହୋଇଛି। କରୋନା ମହାମାରି ପରି ଆତଙ୍କ ଚାଲିଥିବା ବେଳେ ପ୍ରବାସୀ ନିମନ୍ତେ ପ୍ରତ୍ୟେକ ବ୍ଲକ ଗୁଡିକ ରେ ସଂଘରୋଧ କେନ୍ଦ୍ର ଖଲା ଯାଇଛି । କିଛି ଅମାନବିଆ ବ୍ୟକ୍ତି ଏହାକୁ ବହୁତ କମ ମାନୁଥିବା ଦେଖିବାକୁ ମିଳିଛି । ସେହି ଭଳି କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତକୁ ସଟଡାଉନ ଘୋଷଣା କରାଯାଇଛି । ସୂଚନାରୁ ପ୍ରକାଶ ଯେ ଗତକାଲି ରାତିରେ ଜଣେ ଏରେଇଣ୍ଡେ ଗ୍ରାମର ପ୍ରବାସୀ ଆସିଥିବା ଜଣା ପଡ଼ିଛି। ଆଗରୁ ମହାରାଷ୍ଟ୍ର ଏକ ଘରେଇ କମ୍ପାନୀରେ କାର୍ୟ୍ୟ କରୁଥିଲେ। ସେ ସେଠାରୁ ଏକ ବାଇକ ଯୋଗେ ବାହାରି ଗତକାଲି ରବିବାର ରାତି ୧୧ଟା ସମୟରେ ଏରେଣ୍ଡେଇ ଗ୍ରାମରେ ପ୍ରବାସୀ ଜଣକ ପହଞ୍ଚି ସେ ନିଜଘର କୁ ଯାଇ ରହି ଥିଲେ। ଆଜି ସୋମବାର ଦିନ ସକାଳୁ ଦୋକାନ ଗୁଡିକରୁ ଖାଇବା ଜିନିଷ କିଣା କିଣି କରି ଥିଲେ। ଖବର ପାଇ ସରପଞ୍ଚ ପ୍ରବାସୀ ଜଣଙ୍କୁ ଖୋଜି ଏରେଣ୍ଡେଇ କ୍ବାରଣ୍ଟାଇନ ସେଣ୍ଟର ରେ ରଖିବାର ବ୍ୟବସ୍ଥା କରାଯାଇ ଥିଲା। ଏଥିପାଇଁ ଏତେଣ୍ଡେଇ ପଞ୍ଚାୟତ ସରପଞ୍ଚ ପାର୍ବତୀ ଦେହୁରୀ ୩୬ଘଣ୍ଟା ପାଇଁ ଏରେଣ୍ଡେଇ ଛକ ଦୋକାନ ଗୁଡିକୁ ସହ ୨କିମି ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ।

Related posts

ମହାପ୍ରଭୁଙ୍କ ପାଇଁ ଆସିଲା ପୋଢୁଆଁ ଭାର

mahabharatanews

ସାମାଜିକ ଦୂରତା ରକ୍ଷା କରି ଯୋଗଦିବସ ପାଳିତ

mahabharatanews

ପ୍ରଜାକୋର୍ଟରେ ଆଦିବାସୀ ପରିବାରକୁ ମାଓବାଦୀଙ୍କ ନିସ୍ତୁକ ମାଡ

mahabharatanews