ଓଡିଶା

ଓଲଟିଲା ଗ୍ୟାସ ଭର୍ତ୍ତି ଟ୍ୟାଙ୍କର

(ମହାଭାରତ, ଯାଜପୁର): ଶନିବାର ସକାଳେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡଚଣା ଅଞ୍ଚଳର କଢେଇ ଛକ ଠାରେ ଏକ ଗ୍ୟାସ ଟ୍ୟାଙ୍କର ଓଲଟି ପଡିଛି । ଟ୍ୟାଙ୍କର ଓଲଟିବା ପରେ ଏଥିରୁ ଗ୍ୟାସ ଲିକ୍ ହେଉଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, କଟକରୁ କୋଲକାତା ଅଭିମୁଖେ ଯାଉଥିବା ଗ୍ୟାସ ଟ୍ୟାଙ୍କରଟି ବଡଚଣା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର କଢେଇ ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଥିଲା । ଏଥିରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡିଛି । ଗାଡି ଚାଳକ ଓ ହେଲପର ସାମାନ୍ୟ ଆହତ ହୋଇଛନ୍ତି । ତେବେ କୌଣସି ପ୍ରକାର ଅଘଟଣ ଘଟିବା ପୂର୍ବରୁ ଚଣ୍ଡିଖୋଲ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଟ୍ୟାଙ୍କର ଉପରେ ପାଣି ପକାଉଥିବା ଦେଖିବାକୁ ମିଳିଥିଲା । ଟ୍ୟାଙ୍କରରୁ ଗ୍ୟାସ ଲିକ୍ ରୋକିବା ପାଇଁ ବାଲେଶ୍ୱରରୁ ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଖବର ପାଇ ବଡଚଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related posts

ବିଦ୍ୟୁତ ଖୁଣ୍ଟରେ ଚଢି ପ୍ରାଣ ହାରିଲେ ଯୁବକ, କାରଣ ଅସ୍ପଷ୍ଟ

mahabharatanews

ନୂଆପଡା ପ୍ରଚାର ମୈଦଦାନରେ ଅଖିଳେସ ଯାଦବ, ବିଜେପି ଉପରେ ଖୁବ୍ ବର୍ଷିଲେ

mahabharatanews

ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣକଲେ ଡଃ ପ୍ରଦୀପ ମିଶ୍ର

mahabharatanews