ଓଡିଶା

ଖାଇବାକୁ କେନ୍ଦ୍ର କରି ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ଼

ଭୁବନେଶ୍ୱର : ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ବୋମା ମାଡ଼ | ଗତକାଲି ରାତି ପ୍ରାୟ 12.50 ରେ ଦୁଇଟି ବୋମାମାଡ ହୋଇଛି । ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲ ଉପରକୁ ବୋମା ଫିଙ୍ଗିଛନ୍ତି ଦୁର୍ବୃତ୍ତ । ବିଳମ୍ବିତ ରାତିରେ ବୋମାମାଡ ହୋଇଛି । ଖାଇବାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ହୋଟେଲ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ | ଖାଇବା ପରେ ଟଙ୍କା ଦେବାକୁ ନେଇ ବଚସା ହୋଇଥିଲା । ଯାହା ପରେ ଘଟିଥିଲା ଏଭଳି ଘଟଣା | ବୋମାମାଡ଼ରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି | ସେହି ୩ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ବୋମା ମାଡ ସମୟର ଭିଜୁଆଲ ସିସିଟିଭିରେ କଏଦ ହୋଇଛି |

Related posts

ଟ୍ରେନ ଧକ୍କାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

mahabharatanews

ପଟାଙ୍ଗିରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

mahabharatanews

ରାଜ୍ୟରେ ହଜାରେ ଉପରେ ଦୈନିକ କରୋନା ସଂକ୍ରମଣ: ଖୋର୍ଦ୍ଧାକୁ ଟପିଲା ସୁନ୍ଦରଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା

mahabharatanews