ରାଜନୀତି

ଗୁଜୁରାଟରେ ରାଜ୍ୟ ବିଜେପିର ଏକ ଦଳ

ଭୁବନେଶ୍ୱର: ଗୁଜୁରାଟର ସୁରଟରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ଦଳୀୟ ତଥା ରାଜନୀତିକ ସାଂଗଠନିକ ସଂରଚନା ଓ କାର୍ୟ୍ୟଶୈଳୀରେ ବିଶେଷ ଅନୁଧ୍ୟାନ ନିମନ୍ତେ ରାଜ୍ୟସ୍ତରୀୟ ୯ଜଣିଆ ଟିମ୍ ସୁରଟ ଗସ୍ତ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସୁରଟ ଓଡ଼ିଆ ଭୋଟରଙ୍କୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଥିବାର ଫାଇଦା ନେବାକୁ ଚେଷ୍ଟା କରୁଛି ବିଜେପି । ସେଠାରେ ଏହି ଟମ ୩ ଦିନ ରହିବ ଓ ସେଠାରେ ରହୁଥିବା ଓଡିଆଙ୍କ ସମସ୍ୟା ସହ ଅବଗତ ହେବ । ଏହା ବ୍ୟତୀତ ସୁରଟରେ ଦଳୀୟ ସାଂଗଠନିକ ସ୍ଥିତି ଓ ବ୍ୟବସ୍ଥା, ସାଂଗଠନିକ ବୈଠକ ଓ ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ଯୋଗ ଅନୁଧ୍ୟାନ କରିବେ ବୋଲି ମଲ୍ଲିକ ସୂଚନା ଦେଇଛନ୍ତି । । ୧୭ରୁ ୧୯ ତାରିଖ ପର୍ୟ୍ୟନ୍ତ ୩ଦିନ ଧରି ସୁରଟଠାରେ ଟିମ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି ।

 

Related posts

ଦଳିତ, ନିଷ୍ପେସିତ, ବଞ୍ଚିତଙ୍କ ସ୍ୱର କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ

mahabharatanews

ଅନୁସୂଚିତ ଜନଜାତି ତାଲିକା ଲାଗି କେନ୍ଦ୍ରକୁ ନବୀନଙ୍କ ଚିଠି

mahabharatanews

ନାଳ ପାଣିରେ ପଶି  ପ୍ରତିବାଦ କଲେ ବିଧାୟକ ମହମ୍ମଦ ମୋକିମ

mahabharatanews