ଓଡିଶା

ଗୋଚର ଜମିରେ ଘର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ମାର୍କଣ୍ଡପଡା ଗାଁରେ କ୍ଷେତ୍ରପାଳି ଠାକୁରାଣୀ ଓ ଗୋଚର ଜମିରେ ଘର ନିର୍ମାଣକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହାକୁ ନେଇ ମାର୍କଣ୍ଡପଡା ଗ୍ରାମବାସୀଙ୍କ ପକ୍ଷରୁ ସତ୍ୟବାଦୀ ଥାନା ଓ ତହସିଲରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ସୂଚନା ଅନୁଯାୟୀ, ଗାଁର କେଳୁ ଚରଣ ବାରିକ ନାମକ ଜଣେ ବ୍ୟକ୍ତି ଏଠାରେ ଥିବା ଠାକୁରାଣୀ ଓ ଗୋଚର ଜମିରେ ଜୋର ଜବରଦସ୍ତ ଘର ନିର୍ମାଣ କରୁଛନ୍ତି । ଏପରି ନ କରିବା ପାଇଁ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଓ ସମ୍ପାଦକ କହିବାରୁ କେଳୁ ଓ ତାଙ୍କ ପୁଅ କେଦାର ସେମାନଙ୍କୁ ଅଶ୍ଲିଳ ଭାଷାରେ ଗାଳି ଗୁଲଜ କରିବା ସହ ଘର ନିର୍ମାଣ ବନ୍ଦ ନ କଲେ କ’ଣ କରିପାରିବ ବୋଲି କହିଥିଲେ । ଏହାପରେ ଗାଁରେ ଉତ୍ତେଜନା ଦେଖାଦେଇଛି । ଶେଷରେ ଗାଁ ଲୋକେ ଥାନାରେ ଉକ୍ତ ବ୍ୟକ୍ତି ଓ ପରିବାର ଲୋକଙ୍କ ନାଁରେ ଥାନାରେ ଲିଖିତ ଭାବେ ଜଣାଇଛନ୍ତି । ଅଭିଯୋଗକୁ ଭିତ୍ତି କରି ସତ୍ୟବାଦୀ ପୋଲିସ ତଦନ୍ତ ଜାରି ରଖିଛି ।

Related posts

ଲ୍ୟାବ୍ରୋଟାରି ଟେକ୍ନିସିଆନଙ୍କ ଅଭିନବ ଢଙ୍ଗରେ ଆନ୍ଦୋଳନ

mahabharatanews

ବାଇକ୍ ଆରୋହୀଙ୍କୁ ଚାପିଦେଲା ଟ୍ରକ

mahabharatanews

ଆଜି ମହାପ୍ରଭୁଙ୍କର ପ୍ରଳମ୍ବାସୁରବଧ ବେଶ , ପ୍ରବଳ ଗହଳି 

mahabharatanews