ଅପରାଧଓଡିଶା

ଘରୋଇ କଳହ ସ୍ୱାମୀକୁ ସଜେଇଲା ପିଶାଚ

(କଳାହାଣ୍ଡୀ) ; ଘରୋଇ କଳହ ନେଲା ଉଗ୍ରରୂପ ଆଉ ସ୍ୱାମୀ ସାଜିଲା ପିଶାଚ । ନିଜ ଗର୍ଭବତୀ ସ୍ତ୍ରୀର ତଣ୍ଟିକାଟି ହତ୍ୟା ଉଦ୍ୟମ କଲା ସ୍ୱାମୀ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଧନରମାଲ ଗାଁରେ । ସୂୁଚନାଯୋଗ୍ୟ ସମ୍ବଲପୁରର ପ୍ରକାଶନୀ ସାହାଣୀ ଧନରମାଲ ଅଞ୍ଚଳର ନିହାର ସାହ।।ଣୀଙ୍କୁ ବିବାହ କରିଥିଲେ । ତେବେ ରବିବାର ଦିନ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଏହି କାରଣରୁ ନିହାର ତାଙ୍କ ଗର୍ଭବତୀ ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ କରିଥିଲେ । ସ୍ଵାମୀଙ୍କ ଆକ୍ରମଣରେ ପ୍ରକାଶିନୀ ଅଚେତ ହୋଇ ପଡ଼ିଥିଲେ। ସୋମବାର ସକାଳୁ ପଡ଼ୋଶୀମାନେ ପ୍ରକାଶିନୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତେବେ ଅଭିଯୁକ୍ତ ସ୍ଵାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

 

Related posts

ପୋଲିସ ଏସଆଇ ପରୀକ୍ଷା ମହାଦୁର୍ନୀତି ଘଟଣାରେ ସିଲିକନ ପ୍ରାଇଭେଟ ଲିମିଟେଡ଼ର ମାଲିକ ସୁରେଶ ନାୟକ ଗିରଫ

mahabharatanews

ହକି ବିଶ୍ୱକପ ପାଇଁ ପଞ୍ଚାୟତରେ ଆୟୋଜନ ନହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ

mahabharatanews

ନାବାଳିକାକୁ କ୍ୱାରେଣ୍ଟାଇନ ସେଣ୍ଟରରେ ଦୁଷ୍କର୍ମ ଉଦ୍ୟମ

mahabharatanews