ଓଡିଶା

ଚାଷୀଙ୍କୁ ମାଡ଼ ମାରି ପରିବା ଛଡାଇ ନେଲା କେନ୍ଦ୍ରାପଡା ପୋଲିସ

(ଯାଜପୁର, ବରୀ ): ରକ୍ଷକ ସାଜିଲା ଭକ୍ଷକ ଚାଷୀ ଙ୍କୁ ମାଡ଼ ମାରି ବା ପରେ ପରିବା ନେଇଯିବା ଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ମହାକାଳ ପଞ୍ଚାୟତରେ। ସାରା ବିଶ୍ୱ ରେ କରୋନା ସଂକ୍ରମଣ ବଢ଼ି ଚାଲୁଥିବା ବଳେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଲକ୍ ଡାଉନ୍ ସମାୟରେ ଚାଷ କାମ ପାଇଁ ନିୟମ ଥିବାବେଳେ ଚାଷୀ ମଧ୍ୟ ନିଜ କ୍ଷେତରେ ଫସଲ ଅମଳ ଓ ପନୀପରିବା ବିକ୍ରି କରିବେ ବୋଲି ନିୟମରେ ଉଲ୍ଲେଖ ରହିଛି । କିନ୍ତୁ ନଜ ଫସଲ ବିକ୍ର କରିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଚାଷୀ । ଗୋଟିଏ ପଟେ ଅଭାବି ବିକ୍ରୀ ଅନ୍ୟପଟେ ଅଦିନିଆ ବର୍ଷା ମଧ୍ୟ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଏହି ସମୟ ରେ ଦାଉ ସାଜୁଛି ପୋଲିସ । ମହାକାଳପଡ଼ା ପଞ୍ଚାୟତ ର କିଛି ଚାଷୀ ପରିବା ବିକ୍ରି କରିବାକୁ କେନ୍ଦ୍ରାପଡାକୁ ଯାଉଥିବା ବେଳେ ଚାଷୀ ମାନଙ୍କୁ ମାଡ଼ ମାରି ପରିବା ଛଡାଇ ନେଇଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ପୋଲିସ। ଏହାକୁ ନେଇ ମହାକାଳପଡ଼ା ପଞ୍ଚାୟତ ର ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେବା ସହ ସରକାରଙ୍କ ନିୟମ କୁ ନିକିରାଇ ପୋଲିସ କିଭଳି ଅପବ୍ୟବହାର କରୁଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଚାଷୀ।

ସୂଚନା ଅନୁସାରେ ବରୀ ବ୍ଲକ ମହାକାଳପଡ଼ା ପଞ୍ଚାୟତର ଶତାଧିକ ଚାଷୀ ବିରୂପା ନଦୀ କୂଳରେ ପ୍ରାୟ ୧୦୦ ଏକର ଜମିରେ ବିପୁଳ ପରିମାଣ ରେ ପନି ପରିବା ଚାଷ କରି ଡଙ୍ଗା ରେ ନଦୀ ସେପାଖ କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁର ଓ କେନ୍ଦ୍ରାପଡା ବଜାର ରେ ବିକ୍ରୟ କରନ୍ତି। ସରକାର ଲକ୍ ଡାଉନ ର ନିୟମ କଲା ପରେ ଚାଷୀ ମାନେ ପରିବା ବିକ୍ରୟ କରିବାକୁ ସେପାରି କୁ ଜାଇପାରୁନଥିଲେ ଫଳରେ ପରିବା ସବୁ ବିଲରେ ନଷ୍ଟ ହେଉଥିଲା। ଚାଷୀ ମାନଙ୍କ ପାଇଁ ଲକ୍ ଡାଉନ ର ନିୟମ କୋହଳ ହେବା ପରେ ଏମାନେ ୪ ବସ୍ତା ବାଇଗଣ,୪ବସ୍ତା କଲରା ୧୦ ବସ୍ତା ପୋଟଳ ଏବଂ ଅନ୍ୟ ପରିବା କିଛି ନେଇ ନଦୀ ପାର କରାଇ ରାସ୍ତା କଡ଼ରେ ରଖୁଥିବା ବେଳେ ନିକିରାଇ ପୋଲିସ ପହଞ୍ଚି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଚାଷୀ ମାନେ ଜୀବନ ବିକଳରେ ନଦୀ ପାର ହୋଇ ପଳାଇ ଆସିଥିବା ବେଳେ ପୋଲିସ ସେମାନଙ୍କ ଦଣ୍ଡି ପାଲା ନଦୀ କୁ ଫୋପାଡି ପରିବା ଗୁଡ଼ିକୁ ପିସିଆର୍ ଗାଡ଼ି ରେ ଲଦି ନେଇ ଯାଇଥିବା ଚାଷୀ ଖଗେଶ୍ୱର ମଲ୍ଲିକ,ବାନମ୍ବର୍ ମଲ୍ଲିକ, ରୁଦ୍ର ମଲ୍ଲିକ, ମନ୍ମଥ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ ପ୍ରମୁଖ ପ୍ରକାଶ କରିଛନ୍ତି।

ନିକିରାଇ ପୋଲିସ ର ଏଭଳି ଅମାନୁଷିକ କାର୍ୟ୍ୟକୁ ଚାଷୀ ମାନେ ତୀବ୍ର ବିରୋଧ କରିବା ସହିତ ଲକ୍ ଡାଉନ୍ ପାଇଁ ଥାନା ରେ ଲିଖିତ ଅଭିଯୋଗ କରିପାରୁନଥିବା କହିଛନ୍ତି। ବରୀର ଚାଷୀ ଙ୍କ ପ୍ରତି କେନ୍ଦ୍ରାପଡା ପୋଲିସ ର ଏଭଳି ଦାଦାଗିରି କୁ ସାଧାରଣ ରେ ତୀବ୍ର ବିରୋଧ କରାଯାଇଛି। କେନ୍ଦ୍ରାପଡା ଏସପି ତୁରନ୍ତ ଏ ବିଷୟ ରେ ତଦନ୍ତ କରି ଉକ୍ତ ପୋଲିସ କର୍ମଚାରୀ ଙ୍କ ବିରୋଧ ରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହାକାଳପଡ଼ା ପଞ୍ଚାୟତ ବାସୀ ଦାବି କରିଛନ୍ତି।

Related posts

ନିର୍ବାଚନ ଲଢ଼ିବେନି ପାଣ୍ଡିଆନ୍ 

mahabharatanews

ବରଗଡ ଜିଲ୍ଲା ୫ ଦିନ ପାଇଁ ସଟଡାଉନ

mahabharatanews

ନଡିଆ ଚାଷୀଙ୍କ ବୈଠକ

mahabharatanews