ରଜନୀକାନ୍ତ ପାତ୍ର/ ହିଞ୍ଜିଳିକାଟୁ: କରୋନା ଭାଇରସର ମୁକାବିଲା କରିବା ଲାଗି ସାରା ଦେଶ ଏବେ ଲକ୍ ଡାଉନ । ଏଭଳି ସ୍ଥିତିରେ ଯେଉଁ ବ୍ୟକ୍ତି ଯେଉଁଠି ଅଛନ୍ତି ସେ ସେଇଠି ରହିବା ଲାଗି କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛ । ତେବେ ଓଡିଶା ରାଜ୍ୟରୁ ମଧ୍ୟ ଲକ୍ଷାଧିକ ବ୍ୟକ୍ତି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ଲକ୍ ଡାଉନ ଯୋଗୁଁ ନିଜ ଘରକୁ ଫେରିବା ସମ୍ଭବପର ହେଉପାରୁନାହିଁ । ଅପର ପକ୍ଷରେ ବାହାର ରାଜ୍ୟରେ ଫସିଥିବା ସମସ୍ତ ଇଛାୟୀଙ୍କୁ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟସରକାର ପ୍ରତିଶ୍ରୁତିବଦ୍ଧ ଥିବା ବେଳେ କିନ୍ତୁ କେହି ଲୁଚିଛପି ନ ଆସିବାକୁ କୁହାଯାଇଛି । ଏତେସବୁ ବାରଣ ସତ୍ତେ୍ୱ କିଛି ପ୍ରବାସୀ ନିଜ ଗାଁରେ ପହଞ୍ଚିବାକୁ ପ୍ରାଣ ପଣେ ଉଦ୍ୟମ କରୁଛନ୍ତି । ଏବେ କିଛି ଲୋକ ଜଳ ପଥ ଦେଇ ବିଭିନ୍ନ ରାଜ୍ୟରୁ ବିପଦ ସଙ୍କୁଳ ଅବସ୍ଥାରେ ଡଙ୍ଗା ସାହାଯ୍ୟରେ ଫେରୁଥିବା ଦେଖିବାକୁ ମିଳିଛି । ଗତ ଦୁଇ ଦିନ ତଳେ ଚେନ୍ନାଇରୁ ୩୮ ଜଣ ଶ୍ରମିକ ଏକ ବୋଟରେ ସୋନାପୁରରେ ପହଞ୍ଚିଥିଲେ । ଏମାନେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ପୁଣି ଆଜି ଚେନ୍ନାଇରୁ ୩୩ଜଣ ଶ୍ରମିକ ସମୁଦ୍ରରେ ଏକ ଡଙ୍ଗାରେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ଆସିଥିବା ସୂଚନା ମିଳିଛି । ୩୩ଜଣ ଚେନ୍ନାଇର କାଶୀମେଡୁ ଫିସିଙ୍ଗ୍ ହାରବର ନାମକ ଏକ ସଂସ୍ଥାରେ ଗତ ୪ ମାସ ହେଲା କାମ କରିଅ ।ସୁଥିଲେ । ତେବେ କରୋନା ଯୋଗୁଁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ । ଶେଷରେ ଏମାନେ ୨ଲକ୍ଷ ୧୦ ହଜାର ଟଙ୍କାରେ ଏକ ବୋଟ୍ କିଣି ଗତ ଶୁକ୍ରବାର ଅର୍ଥାତ ୨୪ତାରିଖରେ ଚେନ୍ନାଇରୁ ବାହାରିଛନ୍ତି ।
previous post
next post