ଓଡିଶା

ଜେଲରେ କରୋନା ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାକୁ ନୂଆ ଏସଓପି ଜାରି

ଭୁବନେଶ୍ୱର: ଗୋଟିଏ ପଟେ କରୋନା ସଂକ୍ରମଣ, ଅନ୍ୟପଟେ ଜେଲ । ପ୍ରତ୍ୟେକ ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହିଥିବା ତଥା ଏକ ନିର୍ଦ୍ଦିଷ୍ଟ ପରିସିମା ମଧ୍ୟରେ ଏତେ ସଂଖ୍ୟକ କଏଦୀଙ୍କ ଉପସ୍ଥିତି ସଂକ୍ରମଣକୁ ଆହୁରି ବ୍ୟାପକ କରୁଛି । ତେଣୁ ଜେଲରେ କରୋନା ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାକୁ ନୂଆ ଏସଓପି ଜାରି କରାଯାଇଛି । ଗୃହ ବିଭାଗ ପକ୍ଷରୁ ଜେଲକୁ ନୂଆ କରି ଆସୁଥିବା ଅଭିଯୁକ୍ତଙ୍କ ପାଇଁ ଏସଓପି ଜାରି କରାଯାଇଛି ।
କୌଣସି ଅଭିଯୁକ୍ତ ଗିରଫ ହେବା ପରେ କୋର୍ଟରେ ହାଜର ହେବା ପୂର୍ବରୁ ତାଙ୍କର କୋଭିଡ ପରୀକ୍ଷା କରାଯିବ । ସେହିପରି ରିମାଣ୍ଡରେ ଆଣିବା ସମୟରେ ମଧ୍ୟ କୋଭିଡ ଟେଷ୍ଟ କରାଯିବ । ଅଭିଯୁକ୍ତଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲେ ତାଙ୍କୁ କୋଭିଡ ହସ୍ପିଟାଲକୁ ପଠାଯିବ । ଏହା ପରେ ସେ କରୋନା ମୁକ୍ତ ହେବା ପରେ ତାଙ୍କୁ ଜେଲକୁ ସ୍ଥାନାନ୍ତର କରାଯିବ । ନୂଆ ଆସୁଥିବା ଅଭିଯୁକ୍ତଙ୍କର ନେଗେଟିଭ ରିପୋର୍ଟ ଜେଲ କର୍ତ୍ତୃପକ୍ଷଙ୍କୁ ଦିଆଯିବ ।

Related posts

ଏକ୍ସିଲ-ସ୍କର୍ପିଓ ଧକ୍କା,ଜଣେ ଗୁରୁତର

mahabharatanews

କୁଡୁମୁଲୁଗୁମ୍ମା ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳନ

mahabharatanews

ପବିତ୍ର ଅକ୍ଷୟ ତୃତୀୟ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews