ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ପୋଲିସକୁ ଆଉ ଏକ ବଡ ସଫଳତା ହାସଲ ହୋଇଥିବା ଖବର ମିଳିଛି । ନାବାଳିକକା ଅପହରଣ ଏବଂ ଦୁଷ୍କର୍ମ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ ଜାନୁଆରୀ ୧୮ ତାରିଖରେ ଖନ୍ତପଡା ଥାନା ଅଧୀନସ୍ଥ ଏକ ଗ୍ରାମର ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରାଯାଇଥିଲା । ଏହି ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ କରୁଣାକର ମହାନନ୍ତି ଔରଫ ବବ୍ରୁକୁ ଆଜି ନୀଳଗିରି ପୋଲିସ ଗିରଫ କରିଛି । ଭାଇ-ଭଉଣୀ ଉଭୟ ବୁଲିବାକୁ ଆସିଥିବା ବେଳେ ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଧମକ ଦେବା ସହିତ ନାବାଳିକାକୁ ଉଠାଇ ନେଇଥିଲା । ପରେ ତାଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଲିଖିତ ଅଭିଯୋଗ ହେବାରୁ ବବ୍ରୁ ଫେରାର ହୋଇଯାଇଥିଲା । ତେବେ ଆଜି ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇଆଇସି ବାସୁଦେବ ଜୟସିଂ ପୋଲିସ ଫୋର୍ସ ନେଇ ଗୋପ ଅଞ୍ଚଳରେ ଅତର୍କିତ ଚଢାଉ କରିଥିଲେ । ଏଠାରେ ଫେଲ ମାରିଥିଲା ବବ୍ରୁର ସବୁ ପ୍ଲାନ । ଶେଷରେ ଅଭିଯୁକ୍ତ କରୁଣାକର ଔରଫ ବବ୍ରୁକୁ ପୋଲିସ ଗିରଫ କରିଛି । ଗିରଫ ବବ୍ରୁ ବିରୁଦ୍ଧରେ ପର୍ଯ୍ୟଟକମାନଙ୍କୁ ଧମକ ଦେବା ସହ ଦୁର୍ବ୍ୟବହାର କରୁଥିବା ନେଇ ଅନେକ ଅଭିଯୋଗ ରହିଛି ।
previous post
