ଓଡିଶା

ନୂତନ ଆମ୍ବୁଲାନସ ଲୋକାର୍ପିତ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ନୂତନ ୧୦୮ ଆମ୍ବୁଲାନସକୁ ଲୋକାର୍ପିତ ହୋଇଯାଇଛି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ଆର୍ଥିକ ସହାୟତାରେ ଯୋଗାଇ ଦିଆଯାଇଥିବା ଏହି ନୂତନ ଆମ୍ବୁଲାନସକୁ ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ କୁମାର ଓଝା, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡ଼ା.ଅମିତ୍ କୁମାର ଜେନା ପ୍ରମୁଖ ଅତିଥି ରୂପେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ଲୋକସେବାରେ ଏହି ୧୦୮ ଆମ୍ବୁଲାନସକୁ ଲୋକାର୍ପିତ କରିଥିଲେ । ଏଥିରେ ପ୍ରକାଶ କୁମାର ମହାନ୍ତିଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଓ ୧୦୮ ଆମ୍ବୁଲାନସ ସେବାର କର୍ମଚାରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।

Related posts

୬୦ରୁ ଅଧିକ ପିତ୍ତଳ ନାଗ ମୂର୍ତ୍ତି ଉଦ୍ଧାର

mahabharatanews

ଆସନ୍ତା ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା 

mahabharatanews

୧୦ ଓ ୧୧ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

mahabharatanews