ରାଜନୀତି

ପଞ୍ଚାୟତ ନିର୍ବାଚନ: ବିଜେଡିର ନୂଆ ଷ୍ଟ୍ରାଟେଜି

ଭୁବନେଶ୍ୱର/ ରାଜେଶ ସାହୁ: ବିଜୁ ଜନତା ଦଳର ନୂଆ ଷ୍ଟ୍ରାଟେଜି । ଡିଜିଟାଲ ମିଡିଆ ମାଧ୍ୟମରେ ମଇଦାନକୁ ଓହ୍ଲାଇବେ ପାର୍ଟିି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବ ବିଧାନସଭା ଉପନିର୍ବାଚନରେ ଡିଜିଟାଲ ଅନ୍ଦାଜରେ ଆସିଥିଲେ ନବୀନ ପଟ୍ଟନାୟକ । ଏଥର ଫେବୃଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ନବୀନ ନିଜେ ଟିଜିଟାଲ ପ୍ରଚାର ମାଧ୍ୟମରେ ମଇଦାନକୁ ଓହ୍ଲାଇବେ । ଗାଁ, ପଞ୍ଚାୟତ, ବ୍ଲକରେ ଲାଗିବ ବିଜୁ ଜନତା ଦଳର ବଡବଡ ପରଦା । ଗାଁର ଲୋକେ ନବୀନଙ୍କୁ ସିଧାସଳଖ ଦେଖିପାରିବେ ଓ କଥାବାର୍ତ୍ତା ହୋଇପାରିବେ ।
ବିଜେଡିର ତୃଣମୂଳସ୍ତରର ନେତାଠାରୁ କର୍ମୀ ଓ ନୂତନଭାବେ ଚୟନ ହୋଇଥିବା ଜିଲ୍ଲ।। ସଭାପତି, ସାଂଗଠନିକ ସମ୍ପାଦକଙ୍କ କାନ୍ଧରେ ରହିଛି ଗୁରୁ ଦାୟିତ୍ୱ । କେମିତି ପାର ହେବେ ପଞ୍ଚାୟତ ନିର୍ବାଚନର ନଦୀ ସେ ନେଇ ପ୍ରତ୍ୟେକ ଶିବିରରେ ଅଙ୍କ କଶା ଆରମ୍ଭ ହେବା ସହ ଛୋଟଛୋଟ ସଭା ଆୟୋଜନ ହେଉଛି । ବିଜେପି ଓ କଂଗ୍ରେସର ପୁରୁଖା ନେତାଙ୍କୁ ପାର୍ଟିରେ ସାମିଲ କରିବାକୁ ପାର୍ଟି ଏକ ବ୍ଲୁ ପ୍ରିଣ୍ଟ ହସ୍ତାନ୍ତର କରିଛି ବରିଷ୍ଠନେତାମାନଙ୍କୁ । ଏପଟେ ବିରୋଧୀ ବିଜେପି ଓ କଂଗ୍ରେସ ସେମାନଙ୍କର ଅଙ୍କ କଶା ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଗାଁ ଗାଁରେ ବୁଲିବ ବିଜେପି ବୋଲି ପୃଥୀରାଜ ହରିଚନ୍ଦନ କହିଛନ୍ତି । ସେପଟେ କଂଗ୍ରେସ କହିଛି , ଦୀର୍ଘ ବର୍ଷ ହେବ ଆମେ ଲୋକଙ୍କ ସହ ରହିଛୁ । ଲୋକେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇଲେଣି । ଏଥର ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନରହିବ କଂଗ୍ରେସର ।

Related posts

ଯାଜପୁର ଏମ୍‌ପିଙ୍କ ଘର ଉପରକୁ ମଦ ବୋତଲ ମାଡ କଲେ ଦୁର୍ବୁତ୍ତ

mahabharatanews

ପ୍ରଧାନମନ୍ତ୍ରୀ ମୋଦୀ “ବନ୍ଦେ ମାତରମକୁ” ଜାତୀୟ ଜାଗରଣ ମନ୍ତ୍ର ବୋଲି କହିଲେ, ବଙ୍ଗଳାର ବିରୋଧୀଙ୍କୁ କଡ଼ା ସମାଲୋଚନା କଲେ

mahabharatanews

ଆରମ୍ଭ ହେଲା ବିଜୁ ଛାତ୍ର ଜନତା ଦଳର କର୍ମୀ ସମ୍ମିଳନୀ

mahabharatanews