ଭୁବନେଶ୍ୱର/ ରାଜେଶ ସାହୁ: ବିଜୁ ଜନତା ଦଳର ନୂଆ ଷ୍ଟ୍ରାଟେଜି । ଡିଜିଟାଲ ମିଡିଆ ମାଧ୍ୟମରେ ମଇଦାନକୁ ଓହ୍ଲାଇବେ ପାର୍ଟିି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବ ବିଧାନସଭା ଉପନିର୍ବାଚନରେ ଡିଜିଟାଲ ଅନ୍ଦାଜରେ ଆସିଥିଲେ ନବୀନ ପଟ୍ଟନାୟକ । ଏଥର ଫେବୃଆରୀରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ନବୀନ ନିଜେ ଟିଜିଟାଲ ପ୍ରଚାର ମାଧ୍ୟମରେ ମଇଦାନକୁ ଓହ୍ଲାଇବେ । ଗାଁ, ପଞ୍ଚାୟତ, ବ୍ଲକରେ ଲାଗିବ ବିଜୁ ଜନତା ଦଳର ବଡବଡ ପରଦା । ଗାଁର ଲୋକେ ନବୀନଙ୍କୁ ସିଧାସଳଖ ଦେଖିପାରିବେ ଓ କଥାବାର୍ତ୍ତା ହୋଇପାରିବେ ।
ବିଜେଡିର ତୃଣମୂଳସ୍ତରର ନେତାଠାରୁ କର୍ମୀ ଓ ନୂତନଭାବେ ଚୟନ ହୋଇଥିବା ଜିଲ୍ଲ।। ସଭାପତି, ସାଂଗଠନିକ ସମ୍ପାଦକଙ୍କ କାନ୍ଧରେ ରହିଛି ଗୁରୁ ଦାୟିତ୍ୱ । କେମିତି ପାର ହେବେ ପଞ୍ଚାୟତ ନିର୍ବାଚନର ନଦୀ ସେ ନେଇ ପ୍ରତ୍ୟେକ ଶିବିରରେ ଅଙ୍କ କଶା ଆରମ୍ଭ ହେବା ସହ ଛୋଟଛୋଟ ସଭା ଆୟୋଜନ ହେଉଛି । ବିଜେପି ଓ କଂଗ୍ରେସର ପୁରୁଖା ନେତାଙ୍କୁ ପାର୍ଟିରେ ସାମିଲ କରିବାକୁ ପାର୍ଟି ଏକ ବ୍ଲୁ ପ୍ରିଣ୍ଟ ହସ୍ତାନ୍ତର କରିଛି ବରିଷ୍ଠନେତାମାନଙ୍କୁ । ଏପଟେ ବିରୋଧୀ ବିଜେପି ଓ କଂଗ୍ରେସ ସେମାନଙ୍କର ଅଙ୍କ କଶା ଆରମ୍ଭ କରିଛନ୍ତି । ରାଜ୍ୟର ବିଭିନ୍ନ ସମସ୍ୟାକୁ ନେଇ ଗାଁ ଗାଁରେ ବୁଲିବ ବିଜେପି ବୋଲି ପୃଥୀରାଜ ହରିଚନ୍ଦନ କହିଛନ୍ତି । ସେପଟେ କଂଗ୍ରେସ କହିଛି , ଦୀର୍ଘ ବର୍ଷ ହେବ ଆମେ ଲୋକଙ୍କ ସହ ରହିଛୁ । ଲୋକେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରୁ ଆସ୍ଥା ହରାଇଲେଣି । ଏଥର ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନରହିବ କଂଗ୍ରେସର ।
previous post
next post