ଓଡିଶା

ପାରାଦ୍ୱୀପ ବିଜେଡିର ବିଜୁ ବାବୁଙ୍କ ଜୟନ୍ତୀ ପାଳିତ

(ମହାଭାରତ, ପାରାଦ୍ୱୀପ): ପାରାଦ୍ୱୀପ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ଦଳ ପକ୍ଷରୁ ଗୁରୁବାର ସକାଳେ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସନ୍ଧ୍ୟାରେ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ସମାବେଶରେ ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି ବିଜେଡି ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ସନନୋଷ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସମାବେଶର ସଭାପତିତ୍ୱ କରିଥିଲେ । ୭ ହଜାରରୁ ପ୍ରାୟ ଉଦ୍ଧ୍ୱର୍ ମହିଳା ଏଥିରେ ସାମିଲ ଦେଇଥିଲେ । ଆଗାମୀ ଦିନରେ ପାରାଦ୍ୱୀପ ବନ୍ଦରକୁ ବିଜୁ ପଟ୍ଟନାୟକଙ୍କ ନାମରେ ନାମିକ କରିବାକୁ ଉଦ୍ୟମ ଆରମ୍ଭ ହେବ ବୋଲି ଯୋଗ ଦେଇଥିବା ଅତିଥିମାନେ କହିଥିଲେ । ଏହାଛଡା ବିଜୁବାବୁଙ୍କୁ କେନ୍ଦ୍ର ସରକାର ‘ଭାରତ ରତ୍ନ’ ସମ୍ନାନ ଦେବା ପାଇଁ ବକ୍ତାମାନେ ଦାବି କରିଥିଲେ ।

Related posts

ଅଦିନିଆ ରଥଯାତ୍ରାକୁ ଜଳେଶ୍ୱର ଜଗନ୍ନାଥ ସଂସ୍କୃତି ସମିତିର ବିରୋଧ

mahabharatanews

ଆଶା ଆଶଙ୍କାରେ ଦଶମ ପାଠ ପଢ଼ା

mahabharatanews

ଡେଙ୍ଗୁ ଆତଙ୍କ :  କେବଳ ଭୁବନେଶ୍ୱରରୁ ୨୦୦ ଆକ୍ରାନ୍ତ ଚିହ୍ନଟ 

mahabharatanews