(ଭୁବନେଶ୍ୱର) ; “ ମୋ ପୁଅ ଯଦି ପରୀକ୍ଷା ନଦିଏ ତେବେ ମୁ ଆଉ ମୋ ପୁଅ ଆତ୍ମହତ୍ୟା କରିବ” ଏମିତି କିଛି କହି ନିଜ ପୁଅ ପାଇଁ ସ୍କୁଲ ଆଗରେ ଧାରଣାରେ ବସିଛି ମା । ଏପରିକି ସ୍କୁଲରେ ସାମ୍ନାରେବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୁଲିସ ସେମାନଙ୍କୁ ଉଦ୍ଧାର କରିଛି। ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଯୋଗୁ ମୋ ପୁଅ ପରୀକ୍ଷାରୁ ବଞ୍ଚିତ ହେଲା ବୋଲି ଇମ୍ରାନ୍ଙ୍କ ମାଆ ଅଭିଯୋଗ କରିଛନ୍ତି। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି।କ୍ୟାପିଟାଲ ହାଇସ୍କୁଲରେ ଛାତ୍ର ଇମ୍ରାନ୍ ଖାନ୍। ଚଳିତବର୍ଷ ବିନା ପରୀକ୍ଷାରେ ବାହାରିଥିବା ରେଜଲ୍ଟରେ ଇମ୍ରାନ୍ ୨୭୨ ନମ୍ୱର ରଖିଥିଲେ। ପ୍ରକୃତରେ ସେ ପ୍ରଥମ ଶ୍ରେଣୀରେ ପାସ୍ କରିବେ ବୋଲି ତାଙ୍କ ମାଆ ଆଶା କରିଥିଲେ। ରେଜଲ୍ଟରେ ଅସନ୍ତୋଷ ପ୍ରକାଶ କରି ଇମ୍ରାନ୍ ଅଫ୍ଲାଇନ୍ରେ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ। ସେଥିପାଇଁ ଫର୍ମ ପୂରଣ କରିଥିଲେ ବୋଲି ଇମ୍ରାନ୍ଙ୍କ ମାଆ ଅଭିଯୋଗ କରିଛନ୍ତି।ଅଫ୍ଲାଇନ୍ ପରୀକ୍ଷା ପାଇଁ ସମସ୍ତଙ୍କର ଆଡମିଟ୍ କାର୍ଡ଼ ଆସିଲା। ଏକଥା ଜାଣିବା ପରେ ଇମ୍ରାନ୍ ଆଡମିଟ୍ କାର୍ଡ଼ ପାଇଁ ସ୍କୁଲ ଯାଇଥିଲେ। ମାତ୍ର ତାଙ୍କର ଫର୍ମପୂରଣ ହୋଇନଥିବା ସ୍କୁଲ କର୍ତ୍ତୃପକ୍ଷ କରିଥିଲେ।ଆଜି ସମସ୍ତଙ୍କର ଆଡମିଟ୍ କାର୍ଡ ଆସିଲା। କିନ୍ତୁ ମୋ ପୁଅର ଆସିନି। ସାର କହୁଛନ୍ତି ତୁମ ପୁଅର ଫର୍ମପୂରଣ ହୋଇନି।”ସେପଟେ କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅମର କୁମାର ବେହେରା କହିଛନ୍ତି, ଇମ୍ରାନ୍ଙ୍କ ଅଭିଭାବକ ଦୁଇ ଥର ଆସି ଯୋଗାଯୋଗ କରିଥିଲେ। ଘରେ କଥାବାର୍ତ୍ତା କରି ଫର୍ମ ପୂରଣ କରିବେ ବୋଲି କହିଥିଲେ। କିନ୍ତୁ ଫର୍ମପୂରଣ ଶେଷ ଦିନ ପର୍ୟ୍ୟନ୍ତ କେହି ଆସିଲେ ନାହିଁ। ଏବେ ଆଉ ଫର୍ମପୂରଣ ସମ୍ଭବ ନୁହେଁ। ଆମ ପକ୍ଷରୁ କୌଣସି ଭୁଲ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।
previous post
next post