ଓଡିଶା

ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

(ମହାଭାରତ, ଡେଲାଙ୍ଗ): ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷା ଓ ସମ୍ନାନ ଦେବା ପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁଧା’ ତରଫରୁ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ବିବେକନନ୍ଦ ଶିକ୍ଷା କେନ୍ଦ୍ରର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏଥିରେ ନିଜ ପରିବାର ତଥା ଗାଁ, ଦେଶର ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷା ଓ ସମ୍ନାନ ଦେବା ନିମନ୍ତେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁଧା’ର ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର ଯୋଗ ଦେଇଥିଲେ । ଶିକ୍ଷାବିତ୍ ରଞ୍ଜୁତା ଶ୍ରୀଚନ୍ଦନ, ଜଳନ୍ଧର ବେହେରା, ମୋନାଲିସା ପ୍ରଧାନ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଦେଶର ବରିଷ୍ଠ ନାଗରିକମାନଙ୍କୁ ଛାତ୍ରଛାତ୍ରୀମାନେ କିଭଳି ସୁରକ୍ଷା ତଥା ସମ୍ନାନ ଦେଇ ସେମାନଙ୍କ ଆଦର୍ଶକୁ ଗ୍ରହଣ କରି ସଫଳତା ହାସଲ କରିବାପାରିବେ ସେନେଇ ଅତିଥିମାନେ ଆଲୋକପାତ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପ୍ରତିଯୋଗିତା କରାଯାଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Related posts

ବେଆଇନ ବାଲି ଚାଲାଣ ବେଳେ ଟ୍ରାକ୍ଟର ଜବତ

mahabharatanews

କ୍ୱାରେଣ୍ଟାଇନ କେନ୍ଦ୍ରରେ ଉନ୍ନତ କାଣ୍ଡ, ଥାନାରେ ଅଭିଯୋଗ

mahabharatanews

ବାତ୍ୟାର ପ୍ରଭାବ; ଓଡ଼ିଶାର ୪ ଟି ବନ୍ଦରକୁ ବିପଦ ସଂକେତ ଜାରି

mahabharatanews