ଓଡିଶା

ବିଶ୍ୱରୁ ତୃତୀୟ ଲହରର ଆଶଙ୍କା ଥମିନାହିଁ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ବିଶ୍ୱରୁ ତୃତୀୟ ଲହରର ଆଶଙ୍କା ଥମିନାହିଁ । ଚୀନ ଓ ୟୁରୋପୀୟ ଦେଶାରେ ସଂକ୍ରମଣ ବୃଦ୍ଧି ପାଉଛି । ମୁଖ୍ୟତଃ ଡେଲ୍ଟା ଭାରିଆଣ୍ଟ ବ୍ୟାପୁଛି । ତେବେ ଆମେ ଦ୍ୱିତୀୟ ଲହରରେ ଡେଲ୍ଟା ଭାରିଆଣ୍ଟର ସମ୍ନା କରିଛେ । ଆମକୁ ଆତଙ୍କିତ ହେବାର ନାହିଁ । ଆମର କରୋନା ପ୍ରତିରୋଧକ ଶକ୍ତି ବଢିଛି । ତଥାପି ତୃତୀୟ ଲହର ଆଶଙ୍କା ରହିଛି ଓ ଆମକୁ ସତର୍କ ରହିବାକୁ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ସେପଟେ କରୋନାକୁ ମାତ୍ ଦେବାକୁ ଖୁବ ଶୀଘ୍ର କୋରନା ଔଷଧ ଆସିବାକୁ ଯାଉଛି । ଏହି ଔଷଧର ନାଁ ହେଉଛି ମଲନୁପିରାଭିର୍ । ବ୍ରିଟେନ ଏହି ବଟିକାକୁ ଡବ୍ଲୁଏଚଓର ସ୍ୱିକୃତି ମିଳିଛି । ଆମେରିକାର ମର୍କ ଓ ରିଜୱାକ୍ ବାଓଥେରାପିଉଟିକ୍ସ ମିଳିତ ଭାବେ ଏହି ଔଷଧ ପ୍ରସ୍ତୁତ କରିଛନ୍ତି । କୋଭିଡ ପଜିଟିଭ ହେବା ସାଙ୍ଗେ ସାଙ୍ଗେ ଓ ଲକ୍ଷଣ ଦେଖାଦେବାର ୫ ଦିନ ଭିତରେ ଆକ୍ରାନ୍ତଙ୍କୁ ଏହି ବଟିକା ଦିଆଯାଇପାରିବ ବୋଲି ସୂଚନା ମିଳିଛି ।

 

Related posts

୨୪ ଘଣ୍ଟାରେ ଲଘୁଚାପ, ୧୯ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews

ବାଇକ୍କୁ ଧକ୍କା ଦେଇ ଓଲଟିଲା ବସ, ୧ ମୃତ ୭ ଗୁରୁତର

mahabharatanews

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews