ଓଡିଶା

ବେଲଗୁଣ୍ଠା ସଙ୍ଗରୋଧ କେନ୍ଦ୍ରରେ ଅନିୟମିତତା

(ହିଞିଳି/ ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲାରେ କରୋନା ତୀବ୍ର ବେଗରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୨୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ କିଛି ସଙ୍ଗରୋଧ କେନ୍ଦ୍ର କଟକଣା ଲୋକ ଦେଖାଣିଆ। ଅନ୍ତେବାସୀ ମାନେ କଟକଣା ନ ମାନି ବାରୁ; ଏହି ପରିସ୍ଥିତି ଭିଡ଼ିଓ ଗୋଟିଏ ଦେଖିବାକୁ ମିଳିଛି ବେଲଗୁଣ୍ଠା ଜି.ଟି ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ପାଖାପାଖି ୧୭୦ ଜଣ ପ୍ରବାସୀ ସଙ୍ଗରୋଧରେ ରହୁଥିବା ବେଳେ ।ଏମାନଙ୍କୁ ନିଜର ପରିବାର ବର୍ଗ ତଥା ସମ୍ପର୍କୀୟ ଓ ଅନ୍ୟ ମାନଙ୍କ ସହ ମିଳାମିଶା କରିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଇଛି । କିନ୍ତୁ ଏମାନେ ଏହି କଟକଣାକୁ ଫୁ କରି ଉଡାଇଦେଉଥିବା ଦେଖିବାକୁ ମିଳିଛି ।ସେମାନେ ମୋବାଇଲ ଜରିଆରେ ନିଜ ସମ୍ପର୍କୀୟ ମାନଙ୍କୁ ଫୋନ୍ କରି ନିଜ ପାଇଁ ବାହାରୁ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ଜିନିଷ ମଗାଉଥିବାର ଜଣାପଡିଛି ।ଫଳରେ କିଛି ସମ୍ପର୍କୀୟ ସଙ୍ଗରୋଧ କେନ୍ଦ୍ର ନିକଟକୁ ଆସି ଝରକା ପଟେ,ପାଚେରୀ ଉପର ପଟେ, ଲୁହା ଫାଟକ ଦେଇ ବାହାର ସାମଗ୍ରୀ ଦେଉଥିବାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ଏକ ଭିଡିଓରେ କିଛି ବ୍ୟକ୍ତି ଫାଟକ ପାଖରେ ଛିଡା ହୋଇ ପଲିଥିନରେ ବାହାର ସାମଗ୍ରୀ ଦେଉଥିବା ଦୃଶ୍ୟ ରହିଥିବା ବେଳେ ଅନ୍ୟ ଏକ ଭିଡିଓରେ ଜଣେ ମହିଳା ଭିତରେ ଥିବା ତାଙ୍କ ସମ୍ପର୍କୀୟଙ୍କୁ ପାଚେରୀ ଊପର ଦେଇ କିଛି ଜିନିଷ ଦେଉଥିବା ଦୃଶ୍ୟ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓଟି ଦେଖିବା ପରେ ବେଲଗୁଣ୍ଠା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଲକ୍ଷ୍ୟ କରାଯାଇଛି ।ଗୋଟିଏ ପଟେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ଅନ୍ୟ ପଟେ ବେଲଗୁଣ୍ଠା ଏନ୍.ଏ.ସି ତରଫରୁ ଏପରି ଢ଼ିଲା କଟକଣା କରୋନାକୁ ସ୍ୱାଗତ କରୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏହି ଭିଡିଓଟିକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କିଛି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି ।

Related posts

ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

mahabharatanews

ଆଧାର କାର୍ଡ ଦେଖାଇଲେ ମିଳିବ ନୂଆ ଏଲପିଜି ସଂଯୋଗ

mahabharatanews

ସଡ଼କ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

mahabharatanews