ହିଂଜିଳି: ଗଂଜାମ ଜିଲ୍ଲା ଶେରଗଡ ବ୍ଳକର ଗୋଠଗାଁ ଗ୍ରାମରେ ପ୍ରଭାକର ପ୍ରଧାନଙ୍କ ଘର । ଦୁଇ ପୁଅକୁ ନେଇ ସୁନା ସଂସାର । ହେଲେ ସାନ ପୁଅ ଜନ୍ମ ପରେ ସାରା ପରିବାରରେ ଦେଖାଦେଇଥିଲା ଖୁସିର ସଂ·ର । ଯାହାର ନାମ ମଧ୍ୟ ପରିବାର ଲୋକେ ଖୁସିରେ ଦେଇଥିଲେ ଜଗନ୍ନାଥ ଅଥବା ଜଗା । କିନ୍ତୁ ସେହି ଜଗାକୁ ନେଇ ପରିବାର ଏବେ ଦେଖାଦେଇଛି ଦୁଃଖର ବାଦଲ । କାରଣ ତାର ଜନ୍ମ ପରଠାରୁ ଅଜଣା ରୋଗଟି ଛୁଆଟି ଛଟପଟ ହେଉଛି । ସାରା ଦେହରେ ମାଂସ ଜଳିଯିବା ପରି ଭୟାନକ ରୋଗରେ ଛଟପଟ ହେଉଥିବା ଦେହସାରା ଜଳି ପୋଡିଗଲା ଭଳି ହୋଇଛି । ପିଲାଟିକୁ ଦେଖିଲେ ମନରେ ଭୟ ଜାତ ହେଉଛି ।
ଶେରଗଡ ବ୍ଳକର ଗୋଠଗାଁ ମଝି ସାହାରେ ପ୍ରଭାକର ପ୍ରଧାନଙ୍କ ଘର । ପ୍ରଭାକର ଜଣେ ନିହାତି ଗରିବ । ବିବାହ ପରେ ପରିବାର ସୃଷ୍ଟି ହେଲା । ପର ଘରେ କାମ କରି ଆନନ୍ଦରେ ସବୁ ଅସୁବିଧା, ଅଭାବକୁ ହସି ହସି ସହିଯାଉଥିଲେ ସ୍ୱାମୀ ସ୍ତ୍ରୀ । କିଛି ବର୍ଷ ପରେ ପୁଣି ସାନ ପୁଅର ଜନ୍ମ ହେଲା । ପରିବାରରେ ଆନନ୍ଦର ଲହରୀ ଖେଳି ଗଲା । ଦୁଇ ପୁଅଙ୍କୁ ନେଇ ପ୍ରଭାକର ଓ ତାଙ୍କ ସ୍ତ୍ରୀ ଦେଖିଚାଲିଲେ ଅନେକ ସ୍ୱପ୍ନ । ଦୁଇ ପାଠ ପଢିବେ, ବଡ ଲୋକ ହେବ ଓ ସେମାନଙ୍କ ଦୁର୍ଦ୍ଦଶା ଦୂର ହେବ । କିନ୍ତୁ ଦଇବର ନୀତି ଥିଲା ଅଲଗା । ଆଉ ଜଗା ଜନ୍ମ ହେବା ଠାରୁ ତା ଦେହ ହୋଇଯାଇଥିଲା ବିବର୍ଣ୍ଣ । ବୟସ ବଢିବା ସହ ବିବର୍ଣ୍ଣତା ଆହୁରି ବଢି ଚାଲିଲା । ଦେଖିଲେ ଲାଗିବ ସାରା ଦେହ ନିଆଁରେ ଜଳି ଯାଇଛି । ଖାଲି ଦେଖିବାକୁ ଏପରି ନ ଥିଲା । ସେହି ଅନୁସାରରେ ତାକୁ ଯନ୍ତ୍ରଣା ମଧ୍ୟ ହେଉଥିଲା । ବୟସ ବଢିବା ସହ ପୋଡା ଦାଗ ଓ ଯନ୍ତ୍ରଣା ବଢିବାରେ ଲାଗିଛି । ଦେହର ପରସ୍ତ ପରସ୍ତ ହୋଇ ଚମଡା ଖସୁ ଥିବା ବେଳେ ଦେହ ସାରା କୁଣ୍ଡାଇ ହୋଇ ରକ୍ତସ୍ରାବ ହେଉଛିି । ଏମିତି କି ଖରା ଦିନରେ ସେ ଦିନ ସାରା ପାଣିରେ ବୁଡି ରହିବାକୁ ବାଧ୍ୟ ହୋଇଥାଏ ।
କିନ୍ତୁ ଗେହ୍ଲା ପୁଅର ଏହି ଦର୍ଦ୍ଦଶା ଦେଖି ମଧ୍ୟ ବାପା ମା କିଛି କରି ପାରୁ ନାହାନ୍ତି । ସେମାନଙ୍କ ସମ୍ବଳ ମୁତାବକ ତାର ଚିକିତ୍ସା କରାଇଥିଲେ ମଧ୍ୟ ନାହିଁ ଜଣା ପଡୁଛି , ନାହିଁ ଭଲ ହେଉଛି ରୋଗ । ଏବେ ସେମାନଙ୍କ ନିକଟରେ କିଛି ନାହିଁ । ତେଣୁ ଆଗକୁ ଚିକିତ୍ସା କରାଇବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ । ଅପରପକ୍ଷରେ ପୁଅର ଯନ୍ତ୍ରଣାରେ କରାଟି ହେଉଛି ମା ବାପାଙ୍କ ଛାତି । ତେବେ ସରକାର ଏଥିପ୍ରତି ନଜର ଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଥିବା ବେଳେ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଆସିକା ସାଂସଦ ପ୍ରମିଳା ବିଷୋୟୀ । ସେ ଜଗାକୁ ସାହାଯ୍ୟ କରିବା ପାଇଁ ଦେଇଛନ୍ତି ପ୍ରତିଶୃତି । ତେବେ ଏହି ଗରିବ ପିଲାଟିକୁ ତୁରନ୍ତ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରୁଛନ୍ତି ।
previous post
