ଓଡିଶା

ମ।।ଲକାନାଗିରି ଗସ୍ତରେ କେନ୍ଦ୍ର ମାଓ ପରାମର୍ଶଦାତା

ମହାଭାରତ, ମାଲକାନାଗିରି: ମାଲକାନାଗିରି ଜିଲ୍ଲା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମାଓ ଦମନ ପରାମର୍ଶଦାତା କେ ବିଜୟ କୁମାର । ଆଜି ମାଲକାନଗିରିକୁ ଦିନିକିଆ ଗସ୍ତ କରି ପ୍ରଥମେ ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ବିଏସଏଫ ଓ ପୁଲିସ ସହ ଏକ ଆଲୋଚନା ବୈଠକରେ ଯୋଗ ଦେଇ ସ୍ଥିତିର ସମୀକ୍ଷା କରିଥିଲେ । ସ୍ୱାଭିମାନ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଅଞ୍ଚଳରେ ଉନ୍ନୟନମୂଳକ କାମ ହୋଇପାରିଛି ବୋଲି ସେ ମତ ଦେଇଥିଲେ । ଏହାପରେ ସେ ମାଲକାନଗିରି ବିଏସଏଫ କ୍ୟାମ୍ପରେ ଜିଲ୍ଲା ଏସପି ଓ ଡିଆଜି ସାଫିନ କେ ଅହମ୍ମଦଙ୍କ ସହ ମିଶି ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ଜିଲ୍ଲାରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାଙ୍କ ମିଳିତ ସହଯୋଗିତାରେ ବହୁ ଉନ୍ନୟନମୂଳକ କାମ ହୋଇଛି ଓ ଆଗାମୀ ଦିନରେ ଅଞ୍ଚଳରେ ଜ।।ରି କଡା ସୁରକ୍ଷା ବ୍ୟବସ୍ଥା ପାଇଁ ଅଞ୍ଚଳରେ ସମ୍ପୂର୍ଣ୍ଣ ଶାନ୍ତି ଫେରି ଆସିବ ବୋଲି ସେ ମତ ରଖିଛନ୍ତି ।

Related posts

୨୫ ସକାଳ ସୁଦ୍ଧା ବାତ୍ୟା ସମ୍ଭାବନା

mahabharatanews

ଯୁବ ଆଇନଜୀବୀଙ୍କ ଅକାଳ ବିୟୋଗ; ବିଭିନ୍ନ ମହଲରେ ଶୋକ

mahabharatanews

ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ୪ଘଣ୍ଟା ସାଧାରଣ ଦର୍ଶନ ମନା 

mahabharatanews