ଓଡିଶା

ମଞୁଳା ମୁହଁରେ ହସ

(କଟକ) ; ୪ ମାସର କଷ୍ଟ ପରେ ଏବେ ମୁହଁରେ ହସ ଫୁଟିଛି । ମତେ ମେଡିକାଲ ନିଅ ନହେଲେ ମତେ ମାରିଦିଅ , କହୁଥିବା ମଞୁଳା ମୁହଁରେ ଏବେ କୌଣସି କଷ୍ଟ ନାହିଁ ଏବେ ସେ ସୁସ୍ଥ । ଦୁଇ ଦୁଇଟି ଅପରସେନ ପରେ ମଞୁଳାର ହାତ ଭଲ ହୋଇଯାଇଛି । ତେବେ ୪ ମାସ ପୂର୍ବେ ସାପ କାମୁଡାରେ ମଞୁଳାର ହାତ ଧିରେ ଧିରେ ପଚିବାକୁ ଲାଗିଥିଲା ଏବଂ ସେ ବହୁତ କଷ୍ଟ ମଧ୍ୟ ପାଉଥିଲା । ପରିବାର ଲୋକେ ତାକୁ ପ୍ରଥମେ ଉମରକୋଟ, ପରେ ନବରଙ୍ଗପୁର ଓ ତାପରେ କୋରାପୁଟ ମେଡିକାଲକୁ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲ ନେବାକୁ ପରାମର୍ଶ ଦେଇଥିଲେ କୋରାପୁଟର ଡାକ୍ତର। କିନ୍ତୁ ଅର୍ଥ ଅଭାବରୁ ମଞ୍ଜୁଳାକୁ ପରିବାର ଲୋକେ ବ୍ରହ୍ମପୁର ନେଇପାରିନଥିଲେ। ଏ ନେଇ ଖବର ପ୍ରସାରଣ ପରେ ପ୍ରଶାସନ ପକ୍ଷରୁ ପ୍ରଥମେ ମଞ୍ଜୁଳାକୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ଏସସିବି ମେଡିକାଲରେ ପ୍ରାୟ ୩ ମାସ ଧରି ଚିକିତ୍ସାଧୀନ ଅବସ୍ଥାରେ ଥିଲା ମଞ୍ଜୁଳା। ଏସସିବିରେ ତା’ର ସମସ୍ତ ଚିକିତ୍ସା ମାଗଣାରେ କରାଯାଇଥିଲା। ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଞ୍ଜୁଳାର ୨ ଥର ଅପରେସନ୍ ମଧ୍ୟ ହୋଇଛି। ଏବେ ମଞ୍ଜୁଳାର ପଚି ଯାଇଥିବା ହାତଟି ସମ୍ପୂର୍ଣ୍ଣ କାର୍ୟ୍ୟକ୍ଷମ ହୋଇ ନ ଥିଲେ ମଧ୍ୟ ବିପଦମୁକ୍ତ ଥିବା ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।ଦିନେ ହସ ଭୁଲି ଯାଇଥିବା ମଞ୍ଜୁଳାର ହସ ହସ ମୁହଁ ଦେଖି ଏବେ ସମସ୍ତେ ଆଶ୍ୱସ୍ତ।

Related posts

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଇଓ

mahabharatanews

ଗାଁରେ ଟେଲିଫୋନ ଟାୱାର ନିର୍ମାଣ ନିଷ୍ପତ୍ତି

mahabharatanews

ଅଟୋ-ଟ୍ରାକ୍ଟର ଧକ୍କାରେ ଛାତ୍ର ମୃତ, ୯ ଆହତ

mahabharatanews