ଓଡିଶା

ମାନବାଧିକାର କମିଶନ ଅଫିସର କର୍ମଚାରୀ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ ମାନବାଧିକାର କମିଶନଙ୍କ କାର୍ଯ୍ୟାଳୟ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସଟଡାଉନ ହୋଇଛି । ମାନବାଧିକାର କମିଶନ ଅଫିସର କର୍ମଚାରୀ କେ।।ଭିଡ ସଂକ୍ରମିତ ଚିହ୍ନଟ ହେବା ପରେ ଅଫିସକୁ ବନ୍ଦ କରାଯାଇଛି । ରାଜ୍ୟ ମାନବାଧିକାର କମିଶନଙ୍କ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି ।
କମିଶନଙ୍କ ଅଫିସରେ ସଂକ୍ରମିତ ଚିହ୍ନଟ ହେବାରୁ ଜାନୁୟାରୀ ୧୭ରୁ ୨୫ତାରିଖ ପର୍ୟ୍ୟନ୍ତ ଅଫିସ ବନ୍ଦ କରାଯାଇଛି । ଯଦି ଏହି ଶଟଡାଉନ୍ ଅବଧି ମଧ୍ୟରେ କୌଣସି ଅତ୍ୟନ୍ତ ଜରୁରୀ ମାମଲା ଥିବ ତା’ହେଲେ ଭର୍ଚୁଆଲ ମୋଡରେ ତା’ର ଶୁଣାଣି କରାଯିବ । ଏହି ଅବଧି ମଧ୍ୟରେ କାର୍ୟ୍ୟାଳୟର ଇମେଲ୍ ମାଧ୍ୟମରେ ଅଭିଯୋଗ ଦାଖଲ ହୋଇପାରିବ । ଅତିଜରୁରୀ ଶୁଣାଣିର ଆବଶ୍ୟକତା ପଡିଲେ କମିଶନଙ୍କ ବ୍ୟକ୍ତିଗତ ସଚିବଙ୍କ ମୋବାଇଲ ନମ୍ବର-୯୪୩୭୦୯୨୬୩୨ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

 

Related posts

ବହୁ ଆଡମ୍ୱରରେ ପାଳନ ହେଲା ପଡ଼ା ଗ୍ରାମରେ ବାର୍ଷିକ ହରିମେଳା

mahabharatanews

ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ିଙ୍କୁ କରୋନା

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୮୫୪ ସଂକ୍ରମିତ ରାଜ୍ୟରୁ ଚିହ୍ନଟ

mahabharatanews