ଓଡିଶା

ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ପଟ୍ଟାମୁଣ୍ଡାଇ: ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ଲାଗି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ପଟ୍ଟାମୁଣ୍ଡାଇ ଜୋନାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ରକ୍ତଦାନ ଶିବିରକୁ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ୫ଶହ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଜେଡିର ଅନେକ ଛାମୁଆ ନେତା ଓ ଦଳୀୟ କର୍ମୀ ଏଥିରେ ଅଂଶଗ୍ରହଣ କରିଥିଲେ।

Related posts

୧୭ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା; ୟେଲୋ ୱାର୍ଣ୍ଣିଂ ଜାରି 

mahabharatanews

ଜୟା ଓ ଐଶ୍ୱର୍ଯ୍ୟାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

mahabharatanews

ବିଜୟଚନ୍ଦ୍ରପୁର ଯୁବକ ସଂଘର ଶିଳାନ୍ୟାସ

mahabharatanews