ଓଡିଶା

ରାଜ୍ୟରେ ଆଉ ୧୦ ଜୀବନ ନେଲା କରୋନା

ଭୁବନେଶ୍ୱର/ଶିଳାସ୍ମିତା ରାୟ: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁୁସଂଖ୍ୟା ୧୮୭କୁ ବୃଦ୍ଧି ପାଇଛି । ଗଞ୍ଜାମରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩, ଗଜପତିରୁ ଜଣେ ଓ ସୁନ୍ଦରଗଡରୁ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ନୟାଗଡରେ ଜଣେ କରୋନା ରୋଗୀଙ୍କ ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଏହା ପରେ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୯୯କୁ ବୃଦ୍ଧି ପାଇଥିବା ବେଳେ ଖୋର୍ଦ୍ଧାରେ ୨୫, ଗଜପତିରେ ୧୧, ସୁନ୍ଦରଗଡରେ ୧୯ରେ ପହଞ୍ଚିଛି ।
ଗଞ୍ଜାମରେ ଜଣେ ଡାଇବେଟିସ, ହାଇପର ଟେନସନରେ ପୀଡିତ୫୪ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଡାଇବେଟିସରେ ପୀଡିତ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେହିପରି ଜିଲ୍ଲାରେ ଜଣେ ହାଇପରଟେନସନରେ ପୀଡିତ ୬୩ ବର୍ଷୀୟ ବ୍ୟକ୍ତି, ଜଣେ ଡାଇବେଟିସ, ହାଇପୋଥିରୋଇଡିସିମ ପୀଡିତ୫୬ ବର୍ଷୀୟା ମହିଳା ଓ ଜଣେ ହାଇପରଟେନସନରେ ପୀଡିତ ୭୦ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ହୋଇଛି । ସେହିପରି ସୁନ୍ଦରଗଡରୁ ଜଣେ ୫୬ ବର୍ଷୀୟ ବ୍ୟକ୍ତ, ଯିଏ ହାଇପରଟେନସନ, କରୋନାରୀ ଆଟେରୀ ରୋଗ ଓ ଡାଇବେଟିସରେ ପୀଡିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି । ଗଜପତିରୁ ଜଣେ ଡାଇବେଟିସ ଓ ହାଇପରଟେନସନରେ ପୀଡିତ ୪୯ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ ଜଣେ ହାଇବେଟିସରେ ପୀଡିତ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ଜଣେ ୭୦ ବର୍ଷୀୟ ଡାଇବେଟିସ ରୋଗୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଜଣେ ୬୨ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

Related posts

୩ଦଫା ଦାବିରେ ରାଜପଥ ଅବରୋଧ

mahabharatanews

ମୁନିଗୁଡା ଡାକ ବଙ୍ଗଳାରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews

ଆତଙ୍କୀ ଗ୍ରେନେଡ ମାଡ: ୫ ଆହତ

mahabharatanews