(ଜ୍ୟୋତିରଂଜନ ଧର/କଣିହାଁ): ବିଶ୍ୱରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଆମ ରାଜ୍ୟ ଓ କେନ୍ଦ୍ର ସରକାର ଦୃଢ ମୁକାବିଲା କରୁଛନ୍ତି । ସେହି ପରି କଣିହାଁ ବ୍ଲକ କଳାସଂସ୍କୃତି ସଂଘର କଳାକାର, ଉପସଭାପତି ନବଘନ ସାମଲଙ୍କ ନେତୃତ୍ୱରେ ନିଜସ୍ୱ ସାହାର୍ଯ୍ୟ, ସହଯୋଗ ଓ ଉଦ୍ୟମରେ କେବଳ ନିଜ ବ୍ଲକ ରେ ସିମୀତ ନ ରହି ସାରା ଅନୁଗୋଳ ଜିଲ୍ଲାରରେ ବୁଲି ବୁଲି ମାଗାଣାରେ ଲୋକଙ୍କୁ ମାସ୍କ,ସାବୁନ ଓ ଶୁଖିଲା ଖାଦ୍ୟ ବାଣ୍ଟୁଛନ୍ତି । ସରକାରଙ୍କ କଳାକାର ଭତ୍ତା କି କୌଣସି ସହାୟତା ପାଇବା ଆଶାରେ ଏମାନେ ଏହି କାର୍ଯ୍ୟ କରୁନାହାନ୍ତି । ଏହାକୁ ନିଜର କର୍ତ୍ତବ୍ୟ ଭାବି ଏହି ସଂଘର କର୍ମକର୍ତ୍ତାମାନେ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଚାଲିଛନ୍ତି । ଯେଉଁଥିପାଇଁ ରାଜ୍ୟ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ରାଜ୍ୟ ଗ୍ରାମୀଣ ଗୃହ ନିର୍ମାଣ ଉନ୍ନୟନ ବିଭାଗ ଚେୟାରମ୍ୟାନ ମିନକେତନ ଅମାନ୍ତ, ବିଧାୟକ ପାଳଲହଡା ମୁକେଶ ପାଲ , ସାଂସଦ ଢେଙ୍କାନାଳ ମହେଶ ସାହୁ , ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଅନୁଗୁଳ ଜିଲ୍ଲାପାଳ ମନୋଜ ମାହାନ୍ତି, କଣିହାଁ ବିିଡିଓ ରମେଶ ଜେନା, ସର୍ବ ଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ, ନିଖିଳ ଓଡିଶା ପାଇକ ମହାସଂଘ,ଓଡିଶା ପ୍ରଦେଶ କ୍ଷତ୍ରୀୟ ଖଣ୍ଡାୟତ ମହାସଂଘ ତରଫରୁ ନବଘନ ସାମଲ ଓ ସହଯୋଗୀଙ୍କୁ କରୋନା ସଂଗ୍ରାମୀ ସମ୍ମାନ ଦିଆଯାଇଛି ।