ଓଡିଶା

ଲ୍ୟାମ୍ପ ନିଆଁରେ ଛାତ୍ରୀଙ୍କ ମୃତ୍ୟୁ

ଭୁବନେଶ୍ୱର: ନିଆଁ ଲାଗି +୩ ଛାତ୍ରୀଙ୍କ ମୃତ୍ୟୁ । ଏପରି ଦୁଃଖଦ ଘଟଣା ଘଟିଛି ବଣାଇ ଥାନା ଅଧୀନ ଭାଲୁଡୁଙ୍ଗୁରି ଗ୍ରାମରେ । ସୋମବାର ରାତିରେ ଛାତ୍ରୀ କିରୋସିନ ଲ୍ୟାମ୍ପ ଜାଳି ପାଠ ପଢିବାକୁ ବାହାରୁ ଥିବା ବେଳେ ଏହି ଅଘଟଣ ଘଟିଛି । ମୃତକ ଛାତ୍ରୀ ସପନେଶ୍ୱରୀ ମୁଣ୍ଡା ଲହୁଣିପଡାସ୍ଥିତ କଲେଜରେ ପାଠ ପଢୁଥିଲେ ।
ସୂଚନା ଅନୁଯାୟୀ, ଛାତ୍ରୀ କିରୋସିନ ଲ୍ୟାମ୍ପ ନେଇ ତାଙ୍କ କୋଠରୀକୁ ଯାଉଥିବା ବେଳେ ନିଆଁ କୌଣସି କାରଣରୁ ତାଙ୍କ ଡ୍ରେସରେ ଲାଗିଯାଇ ଏପରି ଅଭାବନୀୟ ଘଟଣା ଘଟିଥିଲା । ତାଙ୍କ ଚିକ୍ରାର ଶୁଣି ପରିବାରବର୍ଗ ତାଙ୍କୁ ଉଦ୍ଧାର କରି ବଣେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା ।
ଘଟଣାସମ୍ପର୍କରେ ସୂଚନା ପାଇ ପୁଲିସ ହସ୍ପିଟାଲ ଓ ମୃତକଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି । ମୃତଦେହ ଉଦ୍ଧାର କରି ପୁଲିସ ଶବବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Related posts

ଖୁବ ଶୀଘ ଡ଼ିଜିପି ଭାବେ ଦାୟିତ୍ୱ ନେବେ ଏମ.ଅଭୟ

mahabharatanews

ଆଳୁ ବୋଝେଇ ଟ୍ରକ ଓଲଟି ପଡ଼ିଲା, ଲୋକେ ବୋହି ନେଲେ ଆଳୁ

mahabharatanews

ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ ଯୁବକ

mahabharatanews