ଓଡିଶାରାଜନୀତି

ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହେବେ : ଅଫିସିଆଲି ବିଜ୍ଞପ୍ତି ପ୍ରକାଶ ପାଇବ

ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ):-ପଦ୍ମପୁର ଉପନିର୍ବାଚନରେ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ ଭାବେ ବିଜେପି ଘୋଷଣା କରିଛି । ସେପଟେ କଂଗ୍ରେସ ତାର ପ୍ରାର୍ଥୀ ଚୟନ ସାରିଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏ ନେଇ ଦଳ ବିଧିବଦ୍ଧ ଘୋଷଣା କରିବ । ତେବେ ବରିଷ୍ଠ ନେତା ସତ୍ୟଭୂଷଣ ସାହୁଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଜଣାପଡିଛି । ଏ ନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବହିନୀପତି ।

ତାରା କହିଛନ୍ତି ଯେ, ପ୍ରାର୍ଥୀ ନେଇ କଂଗ୍ରେସର କୌଣସି ସମସ୍ୟା ନାହିଁ । କଂଗ୍ରେସର ପ୍ରାର୍ଥୀ ଚୟନ ହୋଇସାରିଛନ୍ତି । ସତ୍ୟଭୂଷଣ ସାହୁ କଂଗ୍ରେସର ପ୍ରାର୍ଥୀ ହେବେ । ଅଫିସିଆଲି ବିଜ୍ଞପ୍ତି ପ୍ରକାଶ ପାଇବ । ସତ୍ୟଭୂଷଣ ସାହୁଙ୍କୁ ଅର୍ଥର ଆବଶ୍ୟକତା ରହିଛି । ସତ୍ୟଭୂଷଣ ସାହୁଙ୍କୁ ଟିକେଟ ଦେଲେ ଭଲ ହେବ । ବିଜେପି ଚାଷୀମାନଙ୍କୁ ବିରୋଧ କରୁଛି । ଏମଏସପି କେନ୍ଦ୍ର ସରକାରଙ୍କ ହାତରେ ଅଛି । ଚାଷୀଙ୍କୁ ଦେଉନାହାନ୍ତି, ବିଜେଡି ଚାଷୀଙ୍କୁ ଭୁବନେଶ୍ୱରରେ ପୁରେଇ ଦେଉନାହାନ୍ତି । ଯଦି ଭୁବନେଶ୍ୱରକୁ ଚାଷୀ ଆସିବେନି, ତେବେ ବିଜେଡି ଭୋଟ କେମିତି ପାଇବ । ଗାଁରେ ଉଭୟଙ୍କର ଭୋଟ ନାହିଁ । ଚାଷୀ ନିଷ୍ପତ୍ତି ନେଇସାରିଲେଣି କଂଗ୍ରେସକୁ ଭୋଟ ଦେବେ । ଗଲା ନିର୍ବାଚନରେ କଂଗ୍ରେସ ୩୫ ହଜାର ଭୋଟ ପାଇଥିଲା । ନବୀନ ଓ ମୋଦୀଙ୍କ ସପକ୍ଷରେ ହାୱ ନାହିଁ । କଂଗ୍ରେସ ସୁରକ୍ଷିତ ଅଛି । ୨ ରୁ ୩ ଦିନ ଭିତରେ କଂଗ୍ରେସ ନାମାଙ୍କନ କରିବେ

Related posts

ବିଜେପି ଜାତୀୟ ସାଧାରଣ ସମ୍ପାଦିକା ଡି .ପୂରେନ୍ଦେଶ୍ୱରୀ ଙ୍କ ରାୟଗଡା ଜିଲ୍ଲା ଗସ୍ତ

mahabharatanews

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

mahabharatanews

ଏକ୍ସନ କମିଟିର ନିରବ ପ୍ରତିବାଦ

mahabharatanews