ଓଡିଶା

ସାମାଜିକ ଦୂରତା ରକ୍ଷାର ତଦାରଖ କରିଛନ୍ତି ଗଞ୍ଜାମ ଏସପି

(ରଜନୀକାନ୍ତ ପାତ୍ର, ହିଞ୍ଜିଳିକାଟୁ): କୋରନାକୁ ନେଇ ସାରା ଭାରତରେ ଆତଙ୍କ ସୃଷ୍ଟି ହୋଇଛି । ଏହାର ସଂକ୍ରମଣକୁ ରୋକିବା ପାଇଁ ଏକମାତ୍ର ଅସ୍ତ୍ର ଭାବେ ସାମାଜିକ ଦୂରତାକୁ ଗ୍ରହଣ କରାଯାଇଛି । ଏହି କୋରନା ଭଳି ମହାମାରୀରୁ ରକ୍ଷା ପାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୧ ଦିନିଆ ଲକ ଡାଉନ ଘୋଷଣା କରାଯାଇଥିବା ବେଳେ ସକାଳ ୭ ଟାରୁ ଦିନ ୧୨ ଟା ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ମାର୍କେଟରେ ଜନ ଗହଳି ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସ୍ଥାନୀୟ ପୌର ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ହିଞ୍ଜିଳିକାଟୁର ପରିବା ମାର୍କେଟ ଦୋକାନ ସାମ୍ନାରେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସାଙ୍କେତିକ ଚିହ୍ନ ଆଙ୍କା ଯାଇଛି । ଆଉ ଏହି ସାଙ୍କେତିକ ଚିହ୍ନ ରେ ରହି ଲୋକେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଗୁଡିକୁ କିଣୁଥିବା ଦେଖିବାକୁ ମିଳୁଛି । ହିଞ୍ଜିଳି ଥାନା ଅଂଚଳରେ ପୋଲିସ୍ ଗଳି କନ୍ଦି ପଇଁତରା ମାରି ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରୁଥିବା ବେଳେ ଥାନା ଅଧିକାରୀ ଅଭିମନ୍ୟୁ ଦାଶଙ୍କ ନେତୃତ୍ୱରେ ତିନୋଟି ଟିମ୍ ଗ୍ରାମାଂଚଳରେ କଡା ପେଟ୍ରୋଲିଂ ସହ ସହରର ମୁଖ୍ୟ ଚତୁପାଶ୍ୱର୍ରେ ନାକାବନ୍ଦୀ କରି ଯେପରି ଅନ୍ୟ ଅଂଚଳର ଲୋକେ ଏହି ଅଂଚଳକୁ ପ୍ରବେଶ ନ କରିପାରିବେ ସେନେଇ ବିଶେଷ ଧ୍ୟାନ ଦେଉଛନ୍ତି ।

ଏହି ସବୁ କାର୍ୟ୍ୟକୁ ତଦାରଖ କରିବା ପାଇଁ ଆଜି ଅଚାନକ ପହଂଚି ଯାଇଥିଲେ ଗଞ୍ଜାମ ଏସପି ବ୍ରିଜେସ୍ କୁମାର ରାଏ । ବିଭିନ୍ନ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ ଥାନାଅଧିକାରୀଙ୍କୁ । ହିଞ୍ଜିଳିରେ ନିୟମକୁ ଲୋକେ ମାନୁଥିବା ନେଇ ଏସପି ଖୁସି ହୋଇଥିଲେ । ଲୋକଙ୍କୁ ଅଧିକରୁ ଅଧିକ ସଚେତନା କରିବା ସହିତ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଛାଡିବା ପାଇଁ ଥାନା ଅଧିକରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସପିଙ୍କ ଏହି ଅଚାନକ ଗସ୍ତ ସମୟରେ ପୌର ପରିଷଦ କାର୍ୟ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ସବଇନସ୍ପେକ୍ଟର ପ୍ରଦୀପ୍ତ କୁମାର ଦାଶ,ଅତିରିକ୍ତ ଥାନା ଅଧିକାରୀ ଗଣପତି ବେହେରାଙ୍କ ସମେତ ବହୁ ପୋଲିସ୍ କର୍ମଚାରୀ ଉପସ୍ଥିତ ଥିଲେ ।

Related posts

ପୁରୀ ବେଳାଭୂମ ବଡଦିନ ପାଇଁ ଚଳଚଂଚଳ

mahabharatanews

ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ

mahabharatanews

ତାଳପଦା ସାଇଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ୫୦୦ ମାସ୍କ ବଣ୍ଟନ

mahabharatanews