ଓଡିଶା

ସ୍ଥଳଭାଗ ଛୁଇଁ ପାରେ ବାତ୍ୟା !

(ଭୁବନେଶ୍ୱର) : ବାତ୍ୟା ପୁରୀରୁ ପାରାଦୀପ ଭିତରେ ସ୍ଥଳଭାଗ ଛୁଇଁପାରେ । ପବନର ବେଗ ଘଣ୍ଟା ପ୍ରତି ୭୦କିମି ପାଖାପାଖି ରହିପାରେ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଅଞ୍ଚଳରେ ବୁଧବାର ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଆସନ୍ତା ୫ ତାରିଖ ସକାଳୁ ଏହା ଲଘୁଚାପ ରୂପ ନେବ । କ୍ରମଶଃ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟା ରୂପ ନେବ । ୧୦ ତାରିଖ ସକାଳ ସୁଦ୍ଧା ଏହା ସ୍ଥଳଭାଗ ଛୁଇଁପାରେ ।

ପୁରୀ ବା ପାରାଦୀପ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ପବନର ବେଗ କିଲୋମିଟର ପିଛା ଘଣ୍ଟା ପ୍ରତି ୭୦କିମି ଭିତରେ ସୀମିତ ରହିବ ବୋଲି ଆକଳନ କରାଯାଇଛି । ୯ ଓ ୧୦ତାରିଖରେ ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ଫୁଲବାଣୀରେ ଭାରୀ ବର୍ଷା ହେବ । ଅଧିକାଂଶ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହେବ । ୧୧ରେ ବି ବର୍ଷା ଅଧିକ ସମ୍ଭାବନା ରହିଛି ।

Related posts

ଶେଷରେ ହାର ମାନିଲା ପ୍ରଶାସନ

mahabharatanews

ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ଏନଟିପିସି, କଣିହାଁ ପ୍ରକଳ୍ପ ୩ୟ ଥର ବିଦ୍ୟୁତ୍ ଉତ୍ପାଦନରେ କଲା ରେକଡ୍

mahabharatanews