ଭୁବନେଶ୍ୱର: ବିରୋଧୀଙ୍କ ହଟ୍ଟଗୋଳ ଭିତରେ ସରକାର ଆଜି ୪ଟି ଗୁରୁତ୍ୱପୂର୍ଣ୍ଣ ବିଲକୁ ବିଧାନସଭାରେ ପାରିତ କରିଛି । ଖଣି ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଦେଇଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର ଆଜି ଗ୍ରହଣ ନ କରିବାରୁ ବିରୋଧୀ ସଦସ୍ୟମାନେ ଏହାକୁ ନେଇ ହଟଗୋଳ କରିଥିଲେ । ଫଳରେ ଆଜି ଦିନର ପ୍ରାରମ୍ଭରେ ଗୃହକୁ ୧୧ଟା ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କଲେ ବାଚସ୍ପତି ।
ଦ୍ୱିତୀୟାର୍ଦ୍ଧରେ ମଧ୍ୟ ବିରୋଧୀଙ୍କ ସମାନ ଆଚରଣ ରହିଥିଲା । ହୋହାଲ୍ଲାରେ ଗୃହ ଫାଟିପଡୁଥିବା ବେଳେ କିନ୍ତୁ ସରକାର ଓଡ଼ିଶା ପଂଚାୟତ ସଂଶୋଧନ ବିଲ, ଓଡ଼ିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ, ଓଡ଼ିଶା ହାଉସିଂ ବୋର୍ଡ ସଂଶୋଧନ ବିଲ୍ ଓ ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍ ପାରିତ କରିନେଲା । ତେବେ ଗୃହରେ ଓବିସିଙ୍କ ଗଣନା ଓ ୫୦ ପ୍ରତିଶତ ସଂରକ୍ଷଣ ସୀମାକୁ ହଟାଇବା ନିମନ୍ତେ ଆସିବାକୁ ଥିବା ସଂକଳ୍ପ ପ୍ରସ୍ତାବ ଆଜି ଆସିପାରିନି।
next post