ଓଡିଶା

୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ବିଧାନସଭାର ଶୀତକାଳୀନ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ଦିବଂଗତ ନେତା ଓ କରୋନା ଯୋଦ୍ଧାଙ୍କ ପ୍ରତି ଗୃହରେ ଶୋକ ପ୍ରସ୍ତାବ ଆଗତ ହୋଇ ସେମାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇ ଗୃହକୁ ମୁଲତବୀ ରଖାଯାଇଛି।
ପୂର୍ବତନ ବାଚସ୍ପତି ଶରତ କର, କାର୍ତ୍ତିକେଶ୍ୱର ପାତ୍ର ଓ ଗୁରୁପଦ ନନ୍ଦଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଶୋକ ପ୍ରସ୍ତାବ ଆଲୋଚନା ପରେ ଗୃହ ୩ଟା ଯାଏ ମୁଲତବୀ ରହିଛି। ୩ଟା ପରେ ୨୦୨୦-୨୧ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବ।

 

Related posts

ଶପଥ ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ ନବୀନ

mahabharatanews

ସ୍କ୍ରବ୍ ଟାଇଫସ୍ ଆତଙ୍କ; ସୁନ୍ଦରଗଡ଼ରୁ ସଂଖ୍ୟା ୨୬୩କୁ ବୃଦ୍ଧି

mahabharatanews

ବାହୁଡା଼ ପ୍ରସ୍ତୁତି : ଆଜି ସନ୍ଧ୍ୟା ୫ଟାରୁ ସାଧାରଣ ଦର୍ଶନ ବନ୍ଦ

mahabharatanews