ଭୁବନେଶ୍ୱର– ରାଜ୍ୟରେ ବଡ ଧରଣର ଠକେଇ । ଷ୍ଟକ ମାର୍କେଟ ନାଁରେ ୧୦ କୋଟି ଟଙ୍କା ଠକେଇ ଟଙ୍କା ଅଭିଯୋଗ ହୋଇଛି । ମୁମ୍ବାଇରେ ଥିବା କମ୍ପାନୀର ୨ ଜଣ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି ।ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରିବାକୁ କହି ଠକେଇ କରିଥିବା ଅଭିଯୋଗ ହୋଇଛି ।ସୂଚନାଅନୁଯାୟୀ, ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରି ଅଧିକ ସୁଧ ଦେବାକୁ ପ୍ରତିଶୃତି ଦେଇଥିଲା କମ୍ପାନୀ । ଓ୍ବେବ ସାଇଟ ଓ ବିଭିନ୍ନ ବ୍ରାଉଚର କରି ଲୋକଙ୍କୁ ପ୍ରଲୋଭିତ କରି ଟଙ୍କା ଠକେଇ କରୁଥିବା ଅଭିଯୋଗ ହୋଇଥିଲା । ଏପିରିକି ଓଡିଶାରୁ ଜଣେ ନିବେଶକଙ୍କ ୧୦ କୋଟି ଠକିଥିବା ଅଭିଯୋଗ ହୋଇଥିଲା ।ଓଡିଶା ସମେତ ଝାରଖଣ୍ଡ ,ମଧ୍ୟପ୍ରଦେଶ , ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଗୁଜୁରାଟ, ମୁମ୍ବାଇ, ଭଳି ଅନେକ ରାଜ୍ୟରୁ କୋଟି କୋଟି ଟଙ୍କା ଠକେଇ ହୋଇଛି । ଗିରଫ ଦୁଇ ଅଭିଯୁକ୍ତ ଓଇଇଠଓଉ ପ୍ରାଇଭେଟ କମ୍ପାନୀର ଝାରସୁଗୁଡାର ଅର୍ପଣ ପଟେଲ ଓ ଚୌଦ୍ୱାରର ଅଦିତ୍ୟଜ୍ୟୋତି ନାୟକ ବୋଲି ସୂଚନା ମିଳିଛି । ଏହାପରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ଆରମ୍ଭ କରିଥିଲା । ଟ୍ରାଂଜିଟ ରିମାଣ୍ଡରେ ମୁମ୍ବାଇରୁ ଓଡିଶା ଆଣିଛି ଇଓଡବ୍ଲୁ ।
next post