ଓଡିଶା

ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ, ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏଥିନିମନ୍ତେ ବିଜୁଙ୍କ ଜୟନ୍ତୀ ପାଳନ ପାଇଁ ବିଜେଡି ଶିବିରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି । ତେବେ ’ଟଲ ମ୍ୟାନ’ଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ କରିଛନ୍ତି ପ୍ରତିମୂର୍ତ୍ତୀ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ସୂଚନାନୁଯାୟୀ , ୧୯୧୬, ମାର୍ଚ୍ଚ ୫ ତାରିଖରେ କଟକ ସ୍ଥିତ ତୁଳସୀପୁରଠାରେ ଜନ୍ମଗ୍ରହଣ କରିଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର ଲୋକପ୍ରିୟ ରାଜନେତା, ବୈମାନିକ ଓ ଶିଳ୍ପପତି । କଟକ ସ୍ଥିତ ରେଭେନ୍ସା କଲିଜିଏଟ୍‌ ସ୍କୁଲରୁ ଶିକ୍ଷା ଶେଷ କରି ରେଭେନ୍ସା କଲେଜରେ ସେ ବିଜ୍ଞାନ ଅଧ୍ୟୟନ କରିଥିଲେ । ଖେଳ ପ୍ରତି ତାଙ୍କର ପ୍ରବଳ ରୁଚି ଥିଲା । ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ସେ ବିମାନ ଉଡ଼ାଣ ପାଠ୍ୟକ୍ରମରେ ଯୋଗ ଦେଇଥିଲେ ।

Related posts

୧୮୬ ପଜିଟିଭ ସହ ରାଜ୍ୟରେ ମୋଟ ଆକ୍ରାନ୍ତ ୩୯୦୯

mahabharatanews

ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ଆଣି ଦେବ ଦୀପାବଳି

mahabharatanews

ରାୟଗଡ଼ା ଜିଲ୍ଲା ଗୁଣୁପୁର ବେବର୍ତ୍ତା ଢିପସାହିରେ ଭୟାବହ ଅଗ୍ନିକାଣ୍ଡ

mahabharatanews